ଯୌଥ ପରିବାର
ଯୌଥ ପରିବାର


ବାପା ମାଆ ଭାଇ ଭଉଣୀଙ୍କ ମେଳେ
ସଂସାର ଆମର ସିନା,
ଦାଦା,ଖୁଡି,ବଡ଼ ବାପା,ବଡ଼ ମାଆ
ଅଧା ସବୁ ତାଙ୍କ ବିନା ।
ବୁଢୀମା କୋଳରେ ଗେଲେଇହୁଅନ୍ତି
ଜେଜେବାପାଙ୍କ ଶାସନ,
ବଡ଼ ଭାଇ ସେଠି ଆଦେଶ ଦିଅନ୍ତି
ପାଳନ କରନ୍ତି ସାନ ।
ନାତି ନାତୁଣୀଙ୍କ ବିନା ଘର ଶୂନ୍ୟ
ଶୁଭେନାହିଁ ହାଲା ଗୋଲା,
ଏକାକି ଘରଟା ଭଲ ଲାଗେନାହିଁ
ଯୌଥ ପରିବାର ଲୋଡା ହେଲା ।