STORYMIRROR

Renuka Samal

Classics Inspirational

3  

Renuka Samal

Classics Inspirational

ମୋ ଭାଷାର ଜନ୍ମ ବୃତ୍ତାନ୍ତ

ମୋ ଭାଷାର ଜନ୍ମ ବୃତ୍ତାନ୍ତ

1 min
33

ଓଡ଼ିଆ ଭାଷା ମୋ ପୁରାତନ ଭାଷା 

ସନ୍ଦେହ ତିଳିଏ ନାହିଁ,

କାହ୍ନୁପା ହାଡିପା ପରି ସିଧ୍ଧଚାର୍ଯ୍ୟ ୮୪ 

ଚର୍ଯା ପଦଥିଲେ ଗାଇ।

ନେପାଳର ରାଜଦରବାରୁ 

ବୌଦ୍ଧ ଗାନ ଦୋହା ପାଇ,

ହର ପ୍ରସାଦ ଶାସ୍ତ୍ରୀ ବଙ୍ଗୀୟ ପଣ୍ଡିତ 

ଆମର ଆମର ହେଉ ଥିଲେ ସେତେ ଗାଇ।

ବୋଇଲେ ଆମର ଅମର କୃତି ।

ବଙ୍ଗଳା ଭାଷାର ଏଆଦି ସୃଷ୍ଟି।

ଓଡ଼ିଶାର ସିଦ୍ଧ ସାଧକଗଣ

କରିଲେ ଏ ଆମ ଭାଷା ପ୍ରମାଣ

ତହିଁ ପରଠାରୁ ବୋଲା ବୋଲିରେ ଭାଷା ହୋଇଥିଲା ସୀମିତ

ପରେ ନାଥ ଧର୍ମୀ କେନ୍ଦରା ବଜାଇ

ଖାଇଲେ ଜୀବନ ଗୀତ

ଅନ୍ଧକାର ଯୁଗ ଗ୍ରାସୀଣ ଆସିଲା

ସାହିତ୍ୟ ସେ କାଳେ ଶେଷ

ରାମାୟଣ ଆଉ ମହାଭାରତକୁ

କରି ସାହିତ୍ୟରେ ଆଶ

ପନ୍ଦରଶ ଦଶ ମସିହା ବେଳକୁ

ଜନ୍ମି ସିଦ୍ଧେଶ୍ୱର ପରିଡ଼ା

ଓଡ଼ିଆ ସାହିତ୍ୟର ମାଇଲ ଖୁଣ୍ଟ ହୋଇ

ଯା ପୂରାଣ ରଚିଲେ ବଢିଆ

ମା ଶାରଳାଙ୍କ ଅପାର କୃପାରୁ

ହୋଇଲେ ସାରଳା ଦାସ

ଓଡ଼ିଆ ପ୍ରାଣକୁ ବାନ୍ଧି ପାରିଥିଲେ

ପକାଇ ପୁରାଣ ଫାସ।

ପରେ ପଞ୍ଚସଖା ପଞ୍ଚ ତତ୍ୱବାଢି

ଜଗନ୍ନାଥ ପ୍ରେମି ହୋଇ,

କେତେଯେ ପୁରାଣ ମାଳିକା ରଚିଲେ

ଜୀବନ ଦର୍ଶନ ନେଇ।

ଏହା ପରେ ରିତି ଯୁଗଟି ଆସିଲା

ଭଞ୍ଜ ହେଲେ ମହାରଥି

ସମ୍ରାଟ ବୋଲାଇ ଅଳଙ୍କାର ଥୋଇ

ଛନ୍ଦେ ଦେଇଗଲେ ଗୁନ୍ଥି।

ଆଧୁନିକ ଯୁଗ ଅୟ ଆରମ୍ଭିଲା

ରାଧାନାଥ ହେଲେ ଶ୍ରେଷ୍ଠ

ଫକିର ମୋହନ ମୋହନୀ ମନ୍ତ୍ରଟା

ଜମିଦାରୀ କଲା ଭ୍ରଷ୍ଟ

ଗାଁ ର ଭାଷାରେ ସାହିତ୍ୟ କ୍ଷେତ୍ରରେ

ଆରମ୍ଭିଲେ ଯେଉଁ ପ୍ରଥା,

ପାଠକେ ପଢି ଗଳ୍ପ ଉପନ୍ୟାସେ

ମଣୁ ଥିଲେ ସତ କଥା।

ଏହିପରି ଭାବେ ଗଡାଳିକା ପଥେ

ଓଡ଼ିଆ ସାହିତ୍ୟ ଆଜି

ଅତ୍ୟାଧୁନିକ ଯୁଗେ ପାଦ ଥାପି

ସାହିତ୍ୟ ସୌନ୍ଦର୍ଯ୍ୟ‌ ରାଜି

ସାହିତ୍ୟ ଆକାଶେ ଧୃବତାରା ହୋଇ

ସଦା ପାଉଥିବ ଶୋଭା

ଓଡ଼ିଆତ୍ୱ ଆମ ଗର୍ବ ବଢାଇବ

ହୋଇ ଭାଷା ମହାରାଣୀ ଗଭା।


           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics