STORYMIRROR

Renuka Samal

Others

3  

Renuka Samal

Others

ହେ କବି ସମ୍ରାଟ

ହେ କବି ସମ୍ରାଟ

1 min
231


ଘୁମୁସର ରାଜା ବଂଶରେ ଜନମୀ

    ରାଜ ପଦ ଦେଲ ଛାଡି

ସାହିତ୍ୟ ଆକାଶେ ହୋଇ ଧ୍ରୁବତାରା

   ଦେଲ କବିତା ମୀନାର ଗଢି।


ରଜା ବି ନ ହୋଇ  ସମ୍ରାଟ ହୋଇଲ

     ଅମରତ୍ୱ ଗଲ ଲଭି,

ଶବ୍ଦର ସାଗର    ହୋଇଥିଲ ପାରି

     ଅଳଙ୍କାରେ ଥିଲ ଭରି।


ଏକ ହସ୍ତେ ନାରୀ ଅନ୍ୟେ ଡିକ୍ସିନରୀ

     ନହେଲେ ନ ହୁଏ ବୁଝି,

ଏକ ପଦେ ତୁମେ   ଅନେକ ଅର୍ଥର                  

     ଶବ୍ଦ ଦେଇଥିଲେ ଖଞ୍ଜି।


ତୁମରି କବିତା ରାଜ ପ୍ରାସାଦ ରୁ

    ପଥିକ ହଳିଆ ଗାଏ,

ବିଦୁଷ ମୁଖରେ  କବିତା ଉଚ୍ଚ।ରି।

   ସଭାର ସୈନ୍ଦର୍ଯ ବଢେ।


ତୁମେ ଛନ୍ଦି ଅଛ  ଶବ୍ଦକୁ ଶବ୍ଦରେ

    ମଣି ମୁକ୍ତା ପରି ଖଞ୍ଜି,

ପାଠକଙ୍କ ହୃଦ   କମ୍ପିତ ହୁଅଇ

    ଦିଏ ତାଙ୍କ ମନ ରଞ୍ଜି।


କଳା କୈତୁକ  ଲାବନ୍ୟବତୀଗୋ

    କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ

ରସିକ ହାରାବଳୀ ବୈଦେହୀଶ ବିଳାସ

    ସାଥେ କେ ହୋଇବ ସରି।


Rate this content
Log in