ହେ କବି ସମ୍ରାଟ
ହେ କବି ସମ୍ରାଟ


ଘୁମୁସର ରାଜା ବଂଶରେ ଜନମୀ
ରାଜ ପଦ ଦେଲ ଛାଡି
ସାହିତ୍ୟ ଆକାଶେ ହୋଇ ଧ୍ରୁବତାରା
ଦେଲ କବିତା ମୀନାର ଗଢି।
ରଜା ବି ନ ହୋଇ ସମ୍ରାଟ ହୋଇଲ
ଅମରତ୍ୱ ଗଲ ଲଭି,
ଶବ୍ଦର ସାଗର ହୋଇଥିଲ ପାରି
ଅଳଙ୍କାରେ ଥିଲ ଭରି।
ଏକ ହସ୍ତେ ନାରୀ ଅନ୍ୟେ ଡିକ୍ସିନରୀ
ନହେଲେ ନ ହୁଏ ବୁଝି,
ଏକ ପଦେ ତୁମେ ଅନେକ ଅର୍ଥର
ଶବ୍ଦ ଦେଇଥିଲେ ଖଞ୍ଜି।
ତୁମରି କବିତା ରାଜ ପ୍ରାସାଦ ରୁ
ପଥିକ ହଳିଆ ଗାଏ,
ବିଦୁଷ ମୁଖରେ କବିତା ଉଚ୍ଚ।ରି।
ସଭାର ସୈନ୍ଦର୍ଯ ବଢେ।
ତୁମେ ଛନ୍ଦି ଅଛ ଶବ୍ଦକୁ ଶବ୍ଦରେ
ମଣି ମୁକ୍ତା ପରି ଖଞ୍ଜି,
ପାଠକଙ୍କ ହୃଦ କମ୍ପିତ ହୁଅଇ
ଦିଏ ତାଙ୍କ ମନ ରଞ୍ଜି।
କଳା କୈତୁକ ଲାବନ୍ୟବତୀଗୋ
କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ
ରସିକ ହାରାବଳୀ ବୈଦେହୀଶ ବିଳାସ
ସାଥେ କେ ହୋଇବ ସରି।