STORYMIRROR

Renuka Samal

Inspirational

3  

Renuka Samal

Inspirational

ଝୁରେ ମୁଁ ସେଫାଳି

ଝୁରେ ମୁଁ ସେଫାଳି

1 min
199

ଝରାଶିଉଳି ମୁଁ   ଝଡି ମୁଁ ପଡିବି

    ଏବେ ଅଛି ଏବେ ନାହିଁ

କାକର ଭିଜାର    ସିଗ୍ନଧ ନିଶାରେ 

    ଝୁରେ ଆଜି କାହା ପାଇଁ।

 ଆଶା ଅସୁମାରୀ ସ୍ବପ୍ନ କୁମାରୀ

    ଭାବାନ୍ତରେ ମୋର ମନ

ଲହରି ଭାଙ୍ଗଇ  ହୃଦୟ ବେଳାରେ

     ଦୁଃଖ ଦେଇ କ୍ଷଣକ୍ଷଣ।

ଜାଣେନା ମୁଁ ଆଜି ଫୁଟେ କାହାପାଇଁ

     ଝରେ ଦୁଃଖ ଯନ୍ତ୍ରଣାରେ

ମୋର ସୁଗନ୍ଧରେ  ଖୁସି ହୁଏ କିଏ

    ତୋଳି ନିଏ ସରାଗରେ।

ଭାଗ୍ୟ ବିଡ଼ମ୍ବନା ମୋ ପାଇଁ ବିମନା

     କେଉଁ ପାପ ଅବା ମୋର

କ୍ଷୀଣ ଆୟୁ ଦେଇ  ଜନ୍ମ ଦେଇଅଛ 

     ଥିଲା କେଉଁ ଦରକାର।

ଫୁଟେଇଛ ମୋତେ ଗହନ ରାତିରେ

      ଝାରାଇଛ କେତେ ଲୁହ

ପାରିଲିନି ଦେଖି  ଶୁଭ ସକାଳ କୁ

      ମନେ ଭରିଯାଏ କୋହ।

ଦେଇଅଛ ଭରି  ଗନ୍ଧ ମୋ ଅନ୍ତରେ

      ରୂପ ଅସୁମାରୀ ମୋର

ଅଧାଗଢ଼ା ସ୍ୱପ୍ନ   ଭାଙ୍ଗି ଚୂରମାର

     ହୁଏ ପାହାନ୍ତି ପ୍ରହର।

ସ୍ୱପ୍ନ ଦେଲ ଭରି  ଆଖିରେ ମୋହରି

     ସୁଖ ନେଲ ମୋଠୁ କାଢି   

କୁହ କେଉଁ ଦୋଷ  ଦଣ୍ଡେ ମୁଁ ଦଣ୍ଡିତ

     ଗଲ ମୋ ହୃଦୟୁ ଛାଡି।    


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational