STORYMIRROR

Renuka Samal

Tragedy

4  

Renuka Samal

Tragedy

ଏ କି ଭିନ୍ନ ତୁମ ନିତି

ଏ କି ଭିନ୍ନ ତୁମ ନିତି

1 min
266


ଏକ ମା ପେଟୁ    ଜନମ ହୁଅନ୍ତି

     କିଏ ସାଧୁ କିଏ ଚୋର,

କାହିଁକି ଏମିତି    ବିଧାନ ବିଧାନ

      କିଏ ନିଜ କିଏ ପର।

ମାଟି ରସ ନେଇ   ବୃକ୍ଷ ରାଜିମାନ

     ଫଳ ଫୁଲେ ହୁଏ ଭରା

କିଏ ହୁଏ କଷା    କିଏ ବା ମଧୁର

     ଗୋଟିଏ ମାଟିର ଚାରା।

ମୟୂର ଶରୀରେ   ବର୍ଣ୍ଣାଳୀର ଛଟା

     ଶୁକ ଶାରୀ ମୁଖେ କଥା

ବାଘ ସିଂହ ସର୍ପେ‌  ହିଂସୃକ ବେଭାର

     କାର ଛୋଟ ବଡ଼ ମଥା।

     ଭାବିଲେ ଲାଗଇ ବ୍ୟଥା।

ନିତି ଭଙ୍ଗା ଗଢା  ନିତି ହୁଏ ଯୋଡ଼ା

     ନୂଆ ଆସେ ନିତି ନିତି,

ପୂରୁଣା ହଟଇ    ନୂଆ ଚମକଇ

     ଏଣୁ ମନେ ଆସେ ଭିତି।

ନୂଆ ଚାଲିଯାଏ  ପୁରୁଣା ଟା ରହେ

      ଦୁଃଖି ପାଏ ଦୁଃଖ ବହୁ,

ସଂସାର ହାଟରେ  ଶେଷ ହାଟୁଆଟି

     ଦୁଃଖ ର ବୁଜୁଳି ବୋହୁ,

ଛାଡି ମୋହ ମାୟା  ବୁଜୁଳିର ବୋଝ

     ଅନାଦିର ଅନ୍ତ ଧର,

ତ୍ରିଛକି ପଥରେ    ବାଟ ନ ହୁଡିବ

     ଧନ ଧର୍ମ ଅନ୍ତେ ଭର।


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy