Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

ବି. ନିରୁପମା

Romance Tragedy Classics

5.0  

ବି. ନିରୁପମା

Romance Tragedy Classics

ଅଧରେ ଫୁଟାଅ ହସ

ଅଧରେ ଫୁଟାଅ ହସ

1 min
565




ମନ ମାରି କିଆଁ ବସିଛ ଏମିତି

ମୁହଁ ଖୋଲି ରାଧେ କୁହ ,

ସଂସାରେ ପ୍ରଳୟ ଆସିଯିବ ତୁମେ

ଝରାଅନା ଜମା ଲୁହ ।


ତୁମଲାଗି ମନା ଯମୁନାର କୂଳ

କଦମ୍ବର ମୂଳ-ଜାଣେ ,

ବୃନ୍ଦାବନେ ଭେଟ ହେଉନାହିଁ ବୋଲି

ଝୁରୁଅଛ ପ୍ରତି କ୍ଷଣେ ।


ତୁମ ବିଚ୍ଛେଦର ପୀଡ଼ା ମୁଁ ଭୋଗୁଛି

ଏକା ଭୋଗୁନାହଁ ତୁମେ ,

ଭୁଲିଗଲ କିବା ନିତ୍ୟ ରାସ ଆମ

ହେଉଛି ଗୋଲୋକ ଧାମେ ।


ଏଇଠି ତ ଆମେ ଅବତରିଛନ୍ତି

ରଚିବାକୁ ଭିନ୍ନ ଲୀଳା ,

ସଂସାର କଲ୍ୟାଣେ ମିଳନ ବିଚ୍ଛେଦ

ହେଉଅଛି ସବୁ ଖେଳା ।


ମନ ଊଣା ଆଉ କରନା ଗୋ ଦେବୀ

ଅଧରେ ଫୁଟାଅ ହସ ,

ତୁମରି ହସରେ ସାରା ଜଗତରେ

ଭରିଯାଉ ପ୍ରେମ ସ୍ପର୍ଶ ।



Rate this content
Log in

More oriya poem from ବି. ନିରୁପମା

Similar oriya poem from Romance