STORYMIRROR

ବି. ନିରୁପମା

Romance Action Others

4  

ବି. ନିରୁପମା

Romance Action Others

ବାସେ ଗଜରା ମଲ୍ଲୀ

ବାସେ ଗଜରା ମଲ୍ଲୀ

1 min
371



ଢୋଲ ମହୁରୀ ବଜା ବଜା 

ନାଚିବି ମୁଇଁ ଝୁଲି,

ଖୋଷାରେ ମୋ କୁରେଇ ଫୁଲ

ବାସେ ଗଜରା ମଲ୍ଲୀ ।


ଗୋଡେ ପାଉଁଜିକୁ ହାତରେ ଚୁଡ଼ି

ପିନ୍ଧିଅଛି ସମଲପୁରୀ ଶାଢ଼ି

ରୂପାର ଝରା ଏଇ ତାଳେ ତାଳେ

ଯାଉଅଛି ଦୋହଲି ।


ଖୋଷାରେ ମୋ କୁରେଇ ଫୁଲ

ବାସେ ଗଜରା ମଲ୍ଲୀ...


ଏଇ ଫଗୁଣେ ମନ ଦିଆ ନିଆ

ଆର ଫଗୁଣେ ହେଇଯିବା ବାହା 

ଘର ସଂସାର କରିବାଟି ନୂଆ

ଆମେ ତ ମିଶିମିଳି ।


ଖୋଷାରେ ମୋ କୁରେଇ ଫୁଲ

ବାସେ ଗଜରା ମଲ୍ଲୀ...


ଢୋଲ ମହୁରୀ ବଜା ବଜା 

ନାଚିବି ମୁଇଁ ଝୁଲି,

ଖୋଷାରେ ମୋ କୁରେଇ ଫୁଲ

ବାସେ ଗଜରା ମଲ୍ଲୀ ।



Rate this content
Log in

Similar oriya poem from Romance