Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Fantasy Inspirational Others

4.0  

ବି. ନିରୁପମା

Fantasy Inspirational Others

ମୋ ସ୍ୱପ୍ନରେ ଗୁରୁ ଆସ

ମୋ ସ୍ୱପ୍ନରେ ଗୁରୁ ଆସ

1 min
175



ତୁମେ ଦୁଇଜଣ ନର-ନାରାୟଣ

ଆସିଥିଲ ସପନରେ,

ସ୍ମରଣ ହେଉନି କେଉଁ ଉପଦେଶ

ଦେଲ ମୋତେ ଗୋପନରେ ।


ଗୁରୁମହ କେଡ଼େ ଆଦରରେ ଆହା

ତୁମ କାନ୍ଧେ ହାତ ରଖି,

ବିଚରଣ କରି ଆଶ୍ରମ ପ୍ରାଙ୍ଗଣେ

କହୁଥିଲେ ବୁଝାଇକି ।


ଆନନ୍ଦରେ ତୁମେ ଗଦଗଦ ହୋଇକି

ଶୁଣୁଥିଲ କାନ ଡେରି,

କୁନିଝିଅଟିଏ ହୋଇ ଚାଲୁଥିଲି

ତୁମ ପଛେ ଥିରି ଥିରି ।


ତୁମ ଦୁହିଁଙ୍କର ଠାଣି ଚାହାଣୀକୁ 

ଦେଖୁଥିଲି ମନ ଭରି,

କିଛି କିଛି କଥା ବୁଝିପାରୁଥିଲି

ପାରୁନାହିଁ ଏବେ ସ୍ମରି ।


ପଛକୁ ଅନାଇ ଗୁରୁମହ ହସି

କହିଲେ ତ ମୋତେ କିଛି,

ସେଇ କଥା ଏବେ ମନେ ପଡୁନାହିଁ

ଯେତେ ମନେ ପକାଉଛି ।


ସେ ଦିବ୍ୟ ମୂରତି ଦରଶନେ କିନ୍ତୁ

ଅନ୍ତର ହୋଇଛି ତୋଷ,

ଏ ବାରକ ନୁହେଁ ବାରବାର ତୁମେ

ମୋ ସ୍ୱପ୍ନରେ 'ଗୁରୁ' ଆସ ।



Rate this content
Log in

Similar oriya poem from Fantasy