ମୋ ଗାଁ
ମୋ ଗାଁ
ନୀଳ ପୋଖରୀ ଗାଆଁ ପଥରେ
ଆଗରେ ଅଛି ମାଡ଼ି l
ଶୋଭାରେ ହସି ନବ ତରଙ୍ଗ
ମେଘ ଯାଉଛି ଉଡ଼ି l
ଗାଆଁ ପାଖରେ ନୀଳ ପର୍ବତ
ତୀରେ ସବୁଜ ବନ l
ହିତରେ ଗୀତ ଗାଏ ମୋ ମିତ
ସବୁଜ ରଙ୍ଗ ବର୍ଣ୍ଣ l
ନୀଳ ଧାରାରେ ଗଙ୍ଗା ବହଇ
ଝର ଝର ନାଦରେ l
ତେଜ ମାଟିରେ ସୁନା ଫସଲ
ହୁଅଇ ଧୀରେ ଧୀରେ l
ନିତ୍ୟ ଚାଷରେ ବଢାଇ କ୍ଷେତ
ସର୍ବଦା ସବୁଜିମା l
ପବନ ରଙ୍ଗ ଶୋଭା ତରଙ୍ଗ
ନୀଳ ଆକାଶ ସୀମା l