ନିରାଶ୍ରୟ
ନିରାଶ୍ରୟ
1 min
235
ଅସହାୟ ବୁଢ଼ା ପାଏ ଦୁଃଖ କଷ୍ଟ
ଜୀବନେ ଆଶ୍ରୟ ବିନା l
ଅନ୍ନ ମଲୁଖ ନ ମିଳେ ପେଟକୁ
ନ ମିଳେ କିଛି ଭାବନା l
ତାର ମୁଖେ ହୁଏ ଅମୃତ ଯେ ବିଷ
ନ ଲାଗେ ଭୋଜନ ରୁଚି l
ସଦାକାଳେ ବୁଲେ ମନର ଭ୍ରମଣ
କାନ୍ଦେ ଦୁଃଖ ମନେ ସଞ୍ଚି l
ଜୀର୍ଣ୍ଣ ଶୀର୍ଣ୍ଣ ଦେହ ପୁଙ୍ଗୁଳା ବେଶରେ
ବୁଲେ ଘର ଘର ମିଶି l
ଆଶ୍ରୟ ବିନା ସେ ଆତୁର ଜୀବନ
କାନ୍ଦ ଆସେ ତହିଁ ଭାସି l