ମୋ ଗାଆଁ ମାଟି ସରଗ ପୁର
ମୋ ଗାଆଁ ମାଟି ସରଗ ପୁର
1 min
239
ମୋ ଗାଆଁ ମାଟି
ସରଗ ପୁର
ଭରିଛି ସବୁଜ ସୁନା l
ଚାରି ପାଶରେ
ଧନ ସମ୍ବଳ
ଭରିଛି ଅନ୍ନ ଦାନା l1l
ଉର୍ବର ମାଟି
ଆମ ଏ ମାଟି
ସରଗ ପରି ଶୋଭା l
ଆନନ୍ଦ ଲଭେ
ଜାଗ୍ରତ କରି
ମହୀରେ ଦିଶେ ଆଭା l2l
ଫସଲେ ଭରେ
ଅମୃତ ଫଳ
ସବୁଜ ରଙ୍ଗ ସାଜି l
ଦୀପ କୁମ୍ଭରେ
କୁମ୍ଭାର ଭରେ
ଗାଆଁ ମାଟିରେ ମଜ୍ଜି l3l
ଧାରା ତରଙ୍ଗ
ବହଇ ଧୀରେ
ନାଳ ନଦୀରେ ପୁରି l
ଅମୃତ ଶାଗ
ମାଟିରେ ମିଳେ
ସତେ ସରଗ ଶିରୀ l4l
ସଲିଳ ଜଳ
ଚିତ୍କାର ଚିତ୍ତ
କୁଳୁକୁଳୁ ନାଦରେ l
ପବନ ବହେ
ନିର୍ମଳ ଚିତ୍ତେ
ମନ କରଇ ଲୋଭା l
ପରିବେଶରେ
ଜ୍ୟୋତିରେ ଭରେ
ଗାଆଁ ପୁରଇ ଆଭା l5l