Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kumarlal Rana

Others

4.0  

Kumarlal Rana

Others

ଜୀବନ ଜୀବିକା

ଜୀବନ ଜୀବିକା

1 min
161


ଆଜି ତୋତେ ବାପ କହିବି କଥାଟି

ଶୁଣିବୁ ତୁ ଦୁଇ କାନେ l


ଜୀବନର ଚଲା     ବାଟରେ ଖଞ୍ଜିବୁ

ଜୀବନ ଜୀବିକା କ୍ଷଣେ l


ସତ୍ୟ  କର୍ମ ବଳ  ଶରୀରେ ସଂଜାତ

ଭାଗ୍ୟ ବଳ ପାଏ ହିତ l


ଅଧର୍ମ କର୍ମର ନର୍କ ଗତି ଧନ

ନୁହେଁରେ ବାବୁ ମହତ l


ସୁଖରୁ ପ୍ରାପତି   ଅର୍ଜିଲା ସମ୍ପତ୍ତି

ହିତକୁ ଦିଅଇ ବାଧା l


ପରିଶ୍ରମ ବଳେ ଜୀବନ ଜୀବିକା

ଧନ୍ୟ   ହୁଅଇ ସର୍ବଦା l


କର୍ମ  ବଳେ ଚଳେ  ଜୀବନ ଜୀବିକା

କୁମ୍ଭାର ଭାଗ୍ୟ କଅଁଲେ l


ହିତ ପାଇଁ ଗଢେ କୁମ୍ଭ ହାଣ୍ଡି ଭାଣ୍ଡ

ଧନ୍ୟ ହୁଅଇ ସଂସାରେ l



Rate this content
Log in