ଚାଳ ଘର
ଚାଳ ଘର
କରମ ଦେଇଛି ଭାଗ୍ୟବଳ ମୋତେ
ଯାଚିଅଛି ଚାଳଘର l
ଦେଇଛି ଜୀବନେ ପେଟ ପାଇଁ ମୋତେ
ଯନ୍ତ୍ରଣା ଦୁଃଖ ଆହାର l
ଭରସା କେବଳ ଜୀବନେ ରହିଛି
ଦେହ ବଞ୍ଚାଇବା ପାଇଁ l
ଚାଳ ଘରେ ରହି ଜୀବନ ବିତାଏ
ଶୀତ କାକରକୁ ସହି l
ବରଷା ପାଣିରେ ସହିଛି ଜୀବନ
ଏଇ ଛୋଟ ଚାଳଘରେ l
ବରଷାର ଛିଟା ପଡିଲେ ବି ମୋର
ମନ ନ ଥାଏ ଗଭୀରେ l
ଏ ମନ ନ ଖୋଜେ କୋଠା ବାଡ଼ି ବାସ
ନ ଖୋଜଇ ରସ ମିଠା l
କାହିଁ ସୁଖ ସ୍ୱାଦ ଭରିଛି ଜୀବନେ
ମିଠା ହୁଏ ମୋତେ ଖଟା l
ଶୀତ ଦିନେ ଲାଗେ ଆରାମ ଏ ଘରେ
ଖରାବେଳେ ସୁଶୀତଳ l
ବରଷା ପାଣିରେ ଅମୃତ ଲାଗଇ
ପୂଣ୍ୟ ରଚେ ଭାଗ୍ୟବଳ l