Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kumarlal Rana

Others

3  

Kumarlal Rana

Others

କୁମ୍ଭାର ବଜାର

କୁମ୍ଭାର ବଜାର

1 min
205


କୁମ୍ଭାର ବଜାର

ବସିଛ ଦେଖ ଲୋ

ଗହଳି ହେଉଛି ଭାରି l

ହାଣ୍ଡି କୁମ୍ଭ ବତୀ

କଳସୀ କଳସ

କୁମ୍ଭାର କରେ   ତିଆରି l

ବଜାର   ପ୍ରାଙ୍ଗଣେ

କିଣା ବିକା ଭାବ 

 ଅହରହ ଚାଲୁ ଅଛି l

ସୁନ୍ଦର ସୁନ୍ଦର

ଫୁଲ ଦାନୀ  କୁମ୍ଭ

କୁମ୍ଭାର ହାତେ ବିକୁଛି l

ମାଟି ମାଆ ପାଇଁ

କୁମ୍ଭାର କରଇ

ଅନେକ  ଯଶ କିରତି l

ଗାଆଁ ମାଟି ହୃଦ ଜାଗ୍ରତ କରଇ

ବିଭବ  ଭରଇ ନିତି l

ଭାଣ୍ଡ ମାଟି ଆଣି  

ମାଟି ଵତରେଇ

ଚକ୍ରେ ଗଢନ୍ତି ଆନନ୍ଦେ l

ପରମେଶ୍ୱରଙ୍କ 

ଦୟାରୁ ପ୍ରଭାବ

ମାଟି ଲଭେ ଯଶ ହୃଦେ l

ସଂସ୍କାର ସଂସ୍କୃତି

କୁମ୍ଭାର ସମ୍ପତ୍ତି

କୁମ୍ଭାର ଲଭେ ସମାଜେ l

ସବୁଜ ସମ୍ପତ୍ତି 

ଭରଇ  କୁମ୍ଭାର

ବିଭୁଙ୍କ ଚରଣ ଭଜେ l

ଆନନ୍ଦ ପ୍ରଭାବ

କୁମ୍ଭାରଙ୍କ ମନ

ପରିବାର ସୁଖ ଚିନ୍ତି l

ଖୁସି   ଆନନ୍ଦରେ

ମନ  ଶାନ୍ତ ହୁଏ

ବଢାଇ   ଭାବ ପୀରତି l

ଭୁଲି  ନ  ପାରନ୍ତି

କୁମ୍ଭାରକୁ   କେଭେ

ଗାଆଁରେ ଯଶ ଲଭିଣ l

ନାମ   ଇତିହାସ     

ଜାଗ୍ରତ କରଇ

ଦିଏ   ବିଭୁ ସୁଖ ଦାନ l

ଗାଆଁ  ମାଟି ଲଭେ

ଗାଆଁର ପୀରତି

କୁମ୍ଭାର କରେ ରାଜୁତି l

କୁମ୍ଭାରଙ୍କ ମନ

ଅଭେଦ ପୀରତି

ଧନ୍ୟ ଆମ ମହାଜ୍ୟୋତି l

ଦିଅ  କୃପା ବଳ 

ଆହେ ନାରାୟଣ

କୁମ୍ଭାରଙ୍କୁ ଯେ  ଆଶିଷ l

ଯଶ  ଭରି  କରୁ

ଆନନ୍ଦ ବିହାର

ପୁଣ୍ୟରେ ଭରୁ ତା  ଯଶ l


Rate this content
Log in