ମୋ ସାଥି ଆକାଶର ଜହ୍ନ
ମୋ ସାଥି ଆକାଶର ଜହ୍ନ
ମୋ ସାଥିଟି ସେ
ଆକାଶର ଚନ୍ଦ୍ର
ମନର ଅଭେଦ ରାତି l
କୋଟି କୋଟି ତାରା
ଆହୁଲା ତରଙ୍ଗ
ମନ ଲୋଭା ଆମ ପ୍ରୀତି l
ଆଲୋକ ପ୍ରଭାରେ
ଜୀବନ ଗଙ୍ଗାରେ
ମୋ ଆଖି ବିଜୁଳି ତାରା l
ଝିଲିମିଲି ରଙ୍ଗ
ଅଭୁଲା ତରଙ୍ଗ
ଆମ ମନ ଦିଶେ ହୀରା ।
ଶରଧା ବିହ୍ଵଳ
ତରଙ୍ଗ ପ୍ରେମର
କୋଟି ପ୍ରାଣ ଲାଭ ଆଶା l
ଖେଳେ ଅଙ୍ଗ ମୋର
ଚନ୍ଦ୍ରମା କିରଣ
ସାଥୀରେ ରସଇ ରସା l
କନକ ମୋ ଦେହ
ଘୁରି ଘୁରି ବୁଲେ
ପ୍ରାଙ୍ଗଣେ ଚନ୍ଦ୍ର କିରଣ l
ଏକ ପରେ ଏକ
ତାପରେ ଅନେକ
ପ୍ରଭାରେ ତାରକା ଗଣ l