STORYMIRROR

Prahallad Sahoo

Abstract Classics Thriller

3  

Prahallad Sahoo

Abstract Classics Thriller

ଅନ୍ଧାର ଭିତରେ ଖୁସି

ଅନ୍ଧାର ଭିତରେ ଖୁସି

1 min
175

ଯିଏ ଅନ୍ଧାର ଭିତରେ ଅଛି ସିଏ ବି ଖୁସି ପାଇଛି 

ଅନ୍ଧାରକୁ ଅତିକ୍ରମ କରିବାର ଦୁର୍ବାର ଇଛାଶକ୍ତି

ଚତୁର୍ପାର୍ଶ୍ବ ଅନ୍ଧକାର ହିଁ ଅନ୍ଧକାର 

ଆଖି ପାଉନାହିଁ, ଦିଗ ଦିଶୁନାହିଁ

ଯେଉଁଆଡ଼େ ଦେଖିଲେ କେବଳ ଅନ୍ଧାର

ତଥାପି ସେହି ଅନ୍ଧାର ଭିତରେ ଏଠି ମଣିଷ ଖୋଜୁଛି ଖୁସି --

ଅସତ୍ୟର ବିଜୟ, ସନ୍ଦେହର ବଳୟ

ସବୁଠି ମିଥ୍ୟାର ପ୍ରହେଳିକା

କେବଳ ଧୋକା ହିଁ ଧୋକା

କଳହ, ବିଦ୍ରୋହ, ରାଗ, ଅନୁରାଗ

ଚୋରି ନାରୀ, ଧୋକାବାଜି

ଅନ୍ଯାୟ ପାଇଁ ନିଶା ଗର୍ଜୁଛି

ତଥାପି ସେହି ଅନ୍ଧାର ଭିତରେ ଏଠି ମଣିଷ ଖୋଜୁଛି ଖୁସି --

ଅବିବେକୀ ପଣିଆ, କେହି ନୁହେଁ କୁଣିଆ

ହିଂସାର ତାଣ୍ଡବ ଲୀଳା

କ୍ରୋଧର ଉତ୍ତପ୍ତ ଜ୍ୱାଳା

ପ୍ରପଂଚ ପ୍ରଲୋଭନ, ଅପ୍ରୀତିକର ଦହନ

ଅଜ୍ଞାନରୂପକ ଅସ୍ପୃଶ୍ଯତା

ମିଥ୍ଯା ପରଶ୍ରୀକାତରତା

ତଥାପି ସେହି ଅନ୍ଧାର ଭିତରେ ଏଠି ମଣିଷ ଖୋଜୁଛି ଖୁସି --

ପ୍ରତାରଣା, ଉତ୍ପୀଡ଼ନ

ଧନୀ କରେ ମହାଜନୀ

ଗରିବୀକୁ ମିଳେନା ଚିନି

ମିଛ ମୋହ ମାୟା

ଗ୍ରାସିଛି କାଳ ଛାୟା

ଖଟିଖିଆ ମରେ ଖଟି ଖଟି

ପୁଞିପତି କରେ ନବାବୀ ଏଠି

ତଥାପି ସେହି ଅନ୍ଧାର ଭିତରେ ଏଠି ମଣିଷ ଦେଖିଛି ଖୁସି --

ଗାଈକୁ ମିଳେନା ଦାନା

କଂସେଇ ପିଠିରେ କନା

ମଶାଣି ଜଗିଛି ମୁର୍ଦ୍ଦାର

ହରିଶ୍ଚନ୍ଦ୍ର ଏଠି ସର୍ଦ୍ଦାର 

ତଥାପି ସେହି ଅନ୍ଧାର ଭିତରେ ଏଠି ମଣିଷ ପାଇଛି ଖୁସି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract