STORYMIRROR

Prahallad Sahoo

Abstract Classics Inspirational

4  

Prahallad Sahoo

Abstract Classics Inspirational

ଆମ ସ୍ବାଧୀନତା ଦିବସ ଓ ତ୍ରୀରଙ୍ଗା

ଆମ ସ୍ବାଧୀନତା ଦିବସ ଓ ତ୍ରୀରଙ୍ଗା

1 min
5

🇮🇳🇮🇳🇮🇳🪷🇮🇳🇮🇳🇮🇳
ସ୍ବତନ୍ତ୍ରତା ଦିବସରେ ଉଡେ ଫର ଫର
 ଆମ ତ୍ରୀରଙ୍ଗାସେ ଆମ ଜାତିର ନିର୍ଝର।
 ଆହା କି ସୁନ୍ଦର ଆମ ରାଷ୍ଟ୍ରୀୟ ତ୍ରୀରଙ୍ଗା
 ଦେଖ ଫର ଫର ହୋଇ ଉଡୁଅଛି ସଦା ।
 ସ୍ବତନ୍ତ୍ରତା ଦିବସେ ଦେଖ ଆମ ତ୍ରିରଙ୍ଗା
 ବାଣ୍ଟୁଅଛି ଶାନ୍ତି ମୈତ୍ରି ପ୍ରୀତିର ବାରତା ।
 ତିନୋଟି ରଙ୍ଗରେ ରଙ୍ଗେଇ ହୋଇଛି ସଜା
 ନାରଙ୍ଗୀ ଧବଳ ସବୁଜ ରଙ୍ଗେ ସେ ଶୋଭା।
 ଉପର ରଙ୍ଗ ଯେ ନାରଙ୍ଗୀ ଆମ ତ୍ରିରଙ୍ଗା
 ମଝିରେ ଧଳା, ନୀଚେ ସବୁଜ ରଙ୍ଗ ଆଭା।
 କେଶରୀ ରଙ୍ଗ ବୀରତ୍ବର ଅଟେ ପ୍ରତୀକ
 ଦେଶ ହିତେ ବୀର ଯବାନ ରଖିଲେ ଟେକ।
 ସତ୍ଯ ଶାନ୍ତିର ପ୍ରତୀକ ତା' ଧବଳ ରଙ୍ଗ
 ଚିର ଭାତୃତ୍ବର ପ୍ରତୀକ ସବୁଜ ରଙ୍ଗ।
 ମଝି ଧଳାଭାଗେ ଶୋଭିତ ଅଶୋକ ଚକ୍ର
ପ୍ରଗତି ପଥେ ସେ ମହାନ ମାର୍ଗ ଦର୍ଶକ ।
ପ୍ରତି ଭାରତୀୟଙ୍କ ମାନ ଓ ସ୍ବାଭିମାନ
ଜାତୀୟ ପତାକା ଆମ ଦେଶର ସମ୍ମାନ।
ତ୍ରୀରଙ୍ଗା ଭାରତର ଐତିହ୍ଯ ଓ ସୌହାର୍ଦ୍ଧ୍ୟ
ଆସ ତାକୁ ଛୁଇଁ ରଖିବା ଜାତିର ଟେକ।

    🇮🇳🇮🇳🇮🇳🙏🇮🇳🇮🇳🇮🇳


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract