STORYMIRROR

Prahallad Sahoo

Abstract Classics Inspirational

4  

Prahallad Sahoo

Abstract Classics Inspirational

ପୁରୁଷ

ପୁରୁଷ

1 min
73


ମୁଁ 💎💎💎

ମୁଁ ପୁରୁଷ 💎💎💎

ମୋ ପୌରୁଷର ମୁଁ ସୂତ୍ରଧର,

ମୋ ପୁରୁଷପଣିଆରେ ମୁଁ ସିଂହ ଶାବକ,

ମୁଁ ଭାଙ୍ଗିଯାଇପାରେ, 

କିନ୍ତୁ ମୁଁ ନଇଁପାରେ ନାହିଁ। 


ମୁଁ ସବୁ ଦୁଃଖ ସହିପାରେ, 

ମୋ ଛାତିର କୋହକୁ 

ମୋ ଆଖିର ଅଶୃରେ ଆୟତ କରିପାରେ।


ମୁଁ ସୁଖ ଦେଇପାରେ, କିନ୍ତୁ

ଦୁଃଖରେ ବି ସୁଖିର ଛଳନା କରେ। 

ମୁଁ ହସ ବାଣ୍ଟିଦିଏ, କିନ୍ତୁ 

ନିଜେ କର୍ତ୍ତବ୍ଯର ତାଡନାରେ ହସିପାରେନା।


ମୁଁ ଲହୁଲୁହାଣ ହୋଇପାରେ,

ଅନ୍ଯର ଲହୁକୁ ବରଦାସ୍ତ କରିପାରେନା।

ମୁଁ ପ୍ଳାବିତ ଲୁହକୁ ପିଇଯାଏ,

ଆଉ କାହାର ଆଖିରେ ଲୁହ ଆସିବାକୁ ଦିଏନା।


ମୁଁ ସବୁ ସହିପାରେ, 

ଅବ୍ୟକ୍ତ ବେଦନାର ସିନ୍ଧୁ ଲଂଘିପାରେ,

ମୋ ଅଦୃଶ୍ଯ ଶକ୍ତିରେ ସ୍ବୟଂସହାୟକ,

ମୁଁ ବେସାହାରାର ସାହାରା ପାଲଟିଥିବା ପୁରୁଷ, 

ମୁଁ ଅସହାୟର ସହାୟକ ବନିଥିବ ପୁରୁଷ। 


ମୁଁ ବେଳେବେଳେ 

ମୁକ, ବଧିର, ଅନ୍ଧ ବି ପାଲଟିଯାଏ।

ମୁଁ ମୋ ବିଶ୍ବାସର ପ୍ରମାଣ ବି ବନିଥାଏ।

ମୁଁ ମୋ ନିଶ୍ବାସରେ 

ଆଉ କାହାର ବିଶ୍ବାସକୁ ସୁଦୃଢ ବି କରିପାରେ।


ମୁଁ ଅନ୍ଯାୟକୁ ଦେଖିପାରେନା, 

କିନ୍ତୁ ଅନ୍ଧା କାନୁନ ସାମ୍ନାରେ ଅନ୍ଧ ହୋଇଯାଏ।

ମୁଁ କାହାର କର୍କଶତାର ଶିକାର ହୋଇପାରେନା,

ସେଥିପାଇଁ ବଧିର ପାଲଟିଯାଏ।

ମୁଁ ପ୍ରବଞ୍ଚନାରେ ପ୍ରତାରିତ ହୋଇପାରେନା,

ସେଥିପାଇଁ ମୁକ ପାଲଟିଯାଏ।


ମୁଁ ଧୈର୍ଯ୍ୟର ବନ୍ଧ ତଳେ ମଥା ପାତି ସବୁ ସହିନିଏ।

ଆଉ କାହାର ଧୈର୍ଯ୍ୟର ବନ୍ଧ ଭାଙ୍ଗିବାକୁ ଦିଏନାହିଁ।


କାରଣ, ମୁଁ ପୁରୁଷ

ମୁଁ ଉତ୍ତୁଙ୍ଗ, 

ମୁଁ ସମୁଦ୍ର ପରି ବିଶାଳ ଓ ଅସୀମ,

ମୁଁ ଜୁଆର ଭଳି କର୍ତ୍ତବ୍ଯରତ ତରଙ୍ଗମାଳା।

କାରଣ, ମୁଁ ପୁରୁଷ,,,,!!!



 *@ପ୍ରହ୍ଲାଦ ସାହୁ, ଭଦ୍ରକ*




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract