STORYMIRROR

Prahallad Sahoo

Abstract Classics Thriller

4  

Prahallad Sahoo

Abstract Classics Thriller

ଜିତୁ ମୁଣ୍ଡା

ଜିତୁ ମୁଣ୍ଡା

2 mins
15

 ❓️❓️❓️❓️❓️❓️
 "ପାଠୁଆଙ୍କ ଚାଲାକି ବନାମ ଅପାଠୁଆ ଆଦିବାସୀର ସରଳତା"

  ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସଫେଇ ଏବଂ ଜିତୁ ମୁଣ୍ଡାର ସରଳତା ମଧ୍ୟରେ ଯେଉଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି, ତାହା ବ୍ୟବସ୍ଥାର ଚାଲାକି ଓ ଜଣେ ଆଦିବାସୀ ମଣିଷର ନିଷ୍ପାପରତାକୁ ସ୍ପଷ୍ଟ କରୁଛି।

 କେନ୍ଦୁଝର ଜିଲ୍ଲାର ମଲ୍ଲିପଶି ବ୍ଲକର ଜିତୁ ମୁଣ୍ଡା କଙ୍କାଳ ବୋହି ବ୍ୟାଙ୍କ୍ ଆସିବା ପରେ ବ୍ୟାଙ୍କ୍ କର୍ମଚାରୀମାନେ ନିଜ ଦୋଷ ଲୁଚାଇବା ପାଇଁ ଯେଉଁ ଯୁକ୍ତି ବାଢ଼ୁଛନ୍ତି, ତାହା ଅନେକ ପ୍ରଶ୍ନ ସୃଷ୍ଟି କରୁଛି।
 କେହି କହିପାରିବେ କି, ଯେଉଁମାନେ ବ୍ୟାଙ୍କ୍ ନିୟମର ଦ୍ୱାହି ଦେଇ ଗୋଟେ ଗରିବ ଅସହାୟ ଆଦିବାସୀ ବୃଦ୍ଧକୁ ନାକରେ ପାଣି ପିଆଇଥିଲେ, ଆଜି ସେହି ନିୟମକୁ ମାତ୍ର ୨୪ ଘଣ୍ଟାରେ କେମିତି ନିଜେ ବଦଳେଇ ଦେଲେ???
 କେମିତି ରାତି ନ ପାହୁଣୁ ବିନା ପ୍ରମାଣପତ୍ରରେ ଟଙ୍କା ଦେଇଆସିଲେ? କଣ, ଜିତୁ ମୁଣ୍ଡା ଭଳି ଅପାଠୁଆ ସରଳ ଲୋକ ରାତାରାତି ତା ଭଉଣୀର ମୃତ୍ୟୁ ପ୍ରମାଣପତ୍ର ଆଣି ଦେଇଦେଲା? ଯଦି ବିନା ପ୍ରମାଣପତ୍ରରେ ଆଜି ଟଙ୍କା ଦେଇପାରିଲ ତେବେ ୨ ମାସ ହେଲା ଲୋକଟାକୁ ଦୌଡେଇ ଦୌଡେଇ ହନ୍ତସନ୍ତ କାହିଁକି କରୁଥିଲ?
 ଯଦି ତୁମ ହାତରେ ନିୟମ ପରିବର୍ତ୍ତନ ବି ହୋଇପାରିବ ତେବେ ଅପାଠୁଆ ଅସହାୟ ଲୋକ ଜଣକୁ ଏମିତି ହଇରାଣ ନ କରି ନିଜେ ସ୍ଥିତି ପରଖି ସହାୟତା କରିବାରେ କୋଢ଼ିଆମି କାହିଁକି???
 ତୁମେ ନିଜେ ତଦାରଖ କରି ଦେଖିଲନି କାହିଁକି? ତା ଗାଆଁର ଲୋକଙ୍କ ଠାରୁ ତା ଭଉଣୀ ସମ୍ବନ୍ଧରେ ଜାଣିବାକୁ ଚେଷ୍ଟା କଲନି କାହିଁକି???
 ମୃତ୍ୟୁ ପରେ ବି କଲରା ମୁଣ୍ଡାର ସବ ନିଜେ ବେଙ୍କରେ ରଖିଥିବା ପୈସା ପାଇଁ ବେଙ୍କର ଦ୍ବାରସ୍ଥ ହେବାକୁ ପଡିଲା!!!
 ଛି ଛି ଛିରେ ବେସର୍ମ ମଣିଷ ମୁଖା ପିନ୍ଧା ରାକ୍ଷସ।
 ଏହି ଲଢ଼େଇ ହେଉଛି ଜଣେ ନିରୀହ, ସରଳ ଆଦିବାସୀର "ନାର୍ଯ୍ଯ ଦାବି" ଏବଂ ଜଣେ ଚାଲାକ ପାଠୁଆ ବେଙ୍କ ଅଫିସର ର "ପ୍ରମାଣ ପାଇଁ ଯୁକ୍ତି"।
ଜିତୁ ମୁଣ୍ଡା ଆଖିର ଲୁହ ଏବଂ କାନ୍ଧର ସେହି ବୋଝ ଯେଉଁ ସତ୍ୟ କହୁଛି, ତାହା କୌଣସି ବ୍ୟାଙ୍କ କର୍ମଚାରୀଙ୍କ ସଫେଇ ଠାରୁ ବହୁତ ଉର୍ଦ୍ଧ୍ୱରେ।
 ଶିକ୍ଷିତ ସମାଜର "ଡେଥ୍ ସାର୍ଟିଫିକେଟ୍" ଜିତୁ ମୁଣ୍ଡା ପାଇଁ କେବଳ ଏକ କାଗଜ ସଦୃଶ ଯାହାକୁ ପାଇବା ପାଇଁ ସେ ମରିଗଲେ ବି ହୁଏତ ମିଳି ନପାରେ, କିନ୍ତୁ ତା ପାଇଁ ତା ଭଉଣୀର ହାଡ଼-କଙ୍କାଳ ହିଁ ସତ୍ୟର ସବୁଠାରୁ ବଡ଼ ପ୍ରମାଣ।

 ଅନ୍ଧ ସରକାର, ଅନ୍ଧ ଅଫିସର, ଅନ୍ଧ କାନୁନ କେତେ ଦିନ ଏମିତି ମଣିଷକୁ ଶୋଷଣ କରି ଚାଲିଥିବ???
 ଶାସନ ଓ ପ୍ରଶାସନ ଏହି ଘଟଣାର ନିରପେକ୍ଷ ତଦନ୍ତ କରି ଜିତୁ ମୁଣ୍ଡାକୁ ନ୍ୟାୟ ପ୍ରଦାନ କରିବା ସହିତ ଦୋଷିକୁ ଦଣ୍ଡ ଦେବା ଜରୁରୀ।

❓⁉️❓⁉️❓⁉️


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract