STORYMIRROR

Prahallad Sahoo

Horror Classics Thriller

4  

Prahallad Sahoo

Horror Classics Thriller

ତୁଷାର ଝଡ

ତୁଷାର ଝଡ

1 min
220


ସବୁଜିମା ଭରା ଉପାନ୍ତ ସହର 

କୁଞ୍ଚୁକୁଞ୍ଚିଆ ସର୍ପିଳ ଢେଉ ଢେଉକା 

ସୁଉଚ୍ଚ ପାହାଡି ରାସ୍ତାର ଅଳସ ଭଙ୍ଗା 

ଫେନ ନୀଳ ଆକାଶ ବକ୍ଷରୁ 

ଝରି ପଡୁଥାଏ ସୁଶୀତଳ ଶ୍ବେତ ଲାଭା।


କହିବା ବାହୁଲ୍ୟ ମାତ୍ର ଯେ, 

ଲାଭା ଭୂତଳ ଉଦ୍ଭବ, 

ଧରାବକ୍ଷର ଅସନ୍ତୁଳିତ ଭାରସାମ୍ଯ ହରାଇ

ଦୁର୍ବଳ ପଥେ ଦୁର୍ଗମ ଗିରି ଲଙ୍ଘି 

ଦୁର୍ଦ୍ଦଷ ଫିରିଙ୍ଗ ପ୍ରାୟ 

ଦୁର୍ଭିକ୍ଷର ଦୁର୍ବିପାକ ରଚିଯାଏ।


ଶ୍ବେତ ଲାଭା 

ପ୍ରକୃତିର ପ୍ରାକୃତିକ ପରିବେଶ ମଧ୍ୟେ

ବୁଣି ଦିଏ ଧୋବ ଫର ଫର ଶ୍ବେତ ଗାଲିଚା।

ତୁଷାରପାତ ଅତିବ ମନୋରମ

କିଣି ନିଏ ମନ ପ୍ରାଣ

ନାଚି ଯାଏ ହୃଦୟର ସ୍ପନ୍ଦନ। 


କିନ୍ତୁ ତୁଷାର ଝଡ଼ -

ହୃଦୟ ବିଦାରକ, ମର୍ମନ୍ତୁଦ 

ଝାଡ଼ିଦିଏ ପକ୍ଷୀର ଡେଣା,

କରିଦିଏ ପଥିକକୁ ବାଟବଣା।


ଶୀତଳ ଚାଦର ତଳେ 

କାବୁ କରିନିଏ ଅସଂଖ୍ଯ ଜନ ଜୀବନ, 

ଅତି ଶୀତଳତାର ସ୍ପର୍ଶ ଦେଇ

ନିସ୍ତେଜ କରିଯାଏ ନିର୍ଦ୍ଦୋଷ ପ୍ରାଣୀର ପ୍ରାଣ।


ସେହି ତୁଷାର ଝଡ଼ - 

ରୁନ୍ଧି ଦିଏ ଅସୁମାରି ସପନ

ଭାଙ୍ଗିଦିଏ କଁଅଳ ଶିଶୁର ମନ

ଚୋରାଇ ନିଏ ଆଖି ଆଗର ସ୍ବପ୍ନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror