ଭରଚୁଆଲ ବିବାହ
ଭରଚୁଆଲ ବିବାହ


ଇହ ପର କାଳ ସାଥୀ ଜୀବନର
ବୈକୁଣ୍ଠ ସମାନ ଘର
ପ୍ରସ୍ତରେ ଖୋଦିତ ଧରମ ବିଶ୍ୱାସ
ଆଜିତ ପାଣିର ଗାର ।
ହରିଦ୍ରାବରଣ ଶୁଭ ମାଙ୍ଗଳିକ
ବରାନୁଗମନ ପ୍ରକ୍ରିୟା
ଲୋଡ଼ା ହେଉନାହିଁ ହୋମ ମନ୍ତ୍ର ପାଠ
ହସ୍ତଗଣ୍ଠି ସପ୍ତ ଫେରା ।
ଅନଲାଇନରେ କଥୋପକଥନ
ଭରଚୁଆଲ ବିବାହ
ଆଦରୁ ଅଛନ୍ତି କିଛି ଆଧୁନିକ
ଶିକ୍ଷିତ ଯୁବା ବରଗ ।
ନାରୀ ଓ ପୁରୁଷ ଉଭୟ ସ୍ୱତନ୍ତ୍ର
ସ୍ୱଚ୍ଛନ୍ଦ ଆତ୍ମନିର୍ଭର
ନିଜ କର୍ମ ସ୍ଥାନେ ରହିବେ ସ୍ୱଇଚ୍ଛା
ବୋଝ ଲାଗଇ ସ°ସାର ।
>
କଷ୍ଟକର ପିନ୍ଧା ଶଙ୍ଖା ଓ ସିନ୍ଦୂର
ଏକତ୍ର ସହାବସ୍ଥାନ
ଶାଶୁ ଶଶୁରଙ୍କ ଉତ୍ତର ଦାୟୀତ୍ୱ
କର୍ତ୍ତବ୍ୟ ଅନୁପାଳନ ।
ସୁବିଧା ସୁଯୋଗ ଉତ୍ତମ ସ°ଯୋଗ
ହୁଏ ଯଦି ସହମତି
ମିଶିବେ ଉଭୟ ପତି ଆଉ ପତ୍ନୀ
ଭଲ ରିସୋର୍ଟ ଟେ ବାଛି ।
ମଣନ୍ତି ସହଜ ଅଟଇ ଜୀବନ
ବିବାହଟା ଖେଳଘର
ଘଟଇ ବିଚ୍ଛେଦ ସାମାନ୍ୟ କଥାରେ
ହୋଇଲେ ମନୋମାଳିନ୍ୟ ।
ବିବାହ ନାମରେ ଅସାମାଜିକତା
ପ୍ରଦୂଷିତ ମତି ଗତି
ଅବକ୍ଷୟ କରେ ଐତିହ୍ୟ ସ°ସ୍କୃତି
ଫଳ ଅମଙ୍ଗଳ କ୍ଷତି ।