STORYMIRROR

Debadatta Jena

Horror Tragedy Thriller

4  

Debadatta Jena

Horror Tragedy Thriller

ବାତ୍ୟା ୟାସ୍

ବାତ୍ୟା ୟାସ୍

1 min
269

ଫି ସନ ତ ଆସୁ..

ଏ ବର୍ଷ ଵି,

ଜମା ଏକା ନୁହଁ,

ପ୍ରତି ବର୍ଷ ପୁହାଣିରେ,

ସାଥିରେ ତୋ ପ୍ରିୟ ପରିଜନ,

ସ୍ୱୀୟ,ସାଙ୍ଗ ସାଥୀ,

ଆତ୍ମୀୟ,ସୋଦର,

ଯେତେ ସହଚର,

ମେଘ,ପବନ,ବର୍ଷଣ,ଗର୍ଜନ,

ପ୍ରଳୟ ପୟୋଧି ଜଳ,

ସାମୁଦ୍ରିକ ଲଘୁଚାପ,

ଅତିଶୟ ସଂବେଦନ ହୀନ,

ଭୀଷଣ ଆର୍ତ୍ତନାଦ,ଉଗ୍ର,ଉତ୍କ୍ଷିପ୍ତ, 

ଭୟାନକ ତାଣ୍ଡବ,

ରଚନା ତୋ ପ୍ରବଞ୍ଚନା,

ଉଗ୍ର,ଲେଲିହାନ ଜିହ୍ୱା..

ରଚିବାକୁ ଦୁନ୍ଦୁଭି,ଘୁର୍ଣ୍ଣlୟ ଝଡ଼,

ଚିର ସହଚର,ନିରନ୍ତର,

ପ୍ରମତ୍ତ,ପ୍ରବଳ ପରାକ୍ରମ,

ଉଦ୍ବୃତ୍ତ,ଉଦ୍ବେଗ,ପ୍ରଭାବ,

ଯନ୍ତ୍ରଣାର ସ୍ୱର,ଆକୁଳ କ୍ରନ୍ଦନ,

ଲଙ୍ଘି ବିଦୀର୍ଣ୍ଣ,ବିଭତ୍ସ,

କ୍ଷିପ୍ର,ଉଷ୍ଣ ସମୁଦ୍ର ଲହର,

ଉଦ୍ଭ୍ରାନ୍ତ ବୈଶ୍ୱାନର ସାଜି,

ସାଜୁ ରକ୍ତ ମୂଖା ଚରମ ପ୍ରପଞ୍ଚ,

ବାତ୍ୟା,ନାଁ, 'ୟାସ !

ଆସିଛୁ, ଯିବୁ ତ ନିଶ୍ଚୟ,

କୁଢ କୁଢ ବିଭୀଷିକା,

ତୋ ପାରିବାର ପଣ,

ଅଶାନ୍ତ, ଅତୃପ୍ତ ଏ ଝଡ଼,ବେଗ,

କିଛି ପୁଞ୍ଜିଭୂତ କ୍ଷୁଧା,

ବାଷ୍ପୀଭୂତ ମନ ଓ ହୃଦୟ,

ପ୍ରଲମ୍ବିତ କ୍ରୋଧ,ତୃଷ୍ଣା,

ବିକ୍ଷୁବ୍ଦ କ୍ରନ୍ଦନ ରୋଳ,ଗରଳ,

ଅତିଶୟ ଦ୍ଵିଧା,ଆଶଙ୍କା,

ଅବଦମିତ ବିଷର ବଳୟ,

କିଛି ବିଦଗ୍ଧ ସଂଶୟ,

କିଛି ବିଭକ୍ତ ଆଶ୍ରୟ,

ବ୍ୟର୍ଥ,ବ୍ୟଗ୍ର,ବିକଟାଳ,

ତ୍ରସ୍ତ,ବୁଭୁକ୍ଷୁର ଆର୍ତ୍ତନାଦ,

କେବଳ ଭାଙ୍ଗି ଜାଣୁ,

ପୁଣି ଫେଡ଼ି ଵି ଜାଣୁ,

ଆଉ ହରି ମଧ୍ୟ ଜାଣୁ,

କିଂତୁ, ନାଁ ଗଢି ପାରୁ, ନାଁ..

ଯୋଡି ପାରୁ ଅବା,

କେବେ ତୁ ଜିତିବା ଜାଣୁ,

ଅଣାୟତ୍ତ, ଅକୁଣ୍ଠିତ ସତ୍ତା,

ଅମର୍ଯ୍ୟାଦା ଭୁଲୁଣ୍ଠିତ ତ୍ରସ୍ତl,

ବିବେକ ହୀନ ଦ୍ରଷ୍ଟା,

ଅଦୃଶ୍ୟ,ଅସ୍ପଷ୍ଟ, ଘୃଣ୍ୟ ସ୍ପର୍ଦ୍ଧା,

ନିଃଶେଷ, ଅବଶେଷ,

କାଂକ୍ଷିତ ସ୍ଵାକ୍ଷର,ବାସ୍..

କ୍ଷୁଧିତ,ପ୍ରଗଳ୍ଭ,ବିଭୀଷିକା..,, 

ବାତ୍ୟା ନାଁ... ୟାସ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror