ବିସ୍ତୃତ ବିଭୀଷିକା
ବିସ୍ତୃତ ବିଭୀଷିକା
କେତେ ଭୟାନକ ଲାଗେ ଯେ ବିସ୍ତୃତ ବିଭୀଷିକା,
ଧାରଣା ହୁଏ ଯେ ଆଗେ କେବଳ ଅଛି ମରୀଚିକା |୧|
ତ୍ରସ୍ତ ମନ ରେ ଆସେ କେତେ ଯେ ଉତ୍ତେଜନାପୂର୍ଣ୍ଣ ବିଚାର,
ଏକାନ୍ତ ଅବସ୍ଥା ରେ ଏହି ସମସ୍ୟା ର ନାହିଁ କୌଣସି ଉପଚାର |୨|
ନିର୍ଜନ ଅନ୍ଧାର ପ୍ରଦେଶରେ କେବଳ ଲାଗୁଛି ଆତଙ୍କ,
ଏମିତି ମାନସ ରେ ଲାଗିଛି ଯେମିତି ଦେହ ଉପରେ ପଙ୍କ |୩|
ଅନ୍ଧାର ରାତିରେ ଛୋଟ ଶବ୍ଦରୁ ବେ ଲାଗେ ଭୟ,
ସମସ୍ତେ ଖୋଜନ୍ତି ଏହି ସମୟରେ ଭକ୍ତ ହନୁମାନଙ୍କ ଅଭୟ |୪|
ଏହି ଉତ୍କଣ୍ଠାର ସମାପ୍ତିର ହୁଏ ପ୍ରତୀକ୍ଷା,
ଅସୀମ ଅନ୍ଧକାରର ଶେଷ ହେବାର ହୁଏ ଅପେକ୍ଷା |୫|
ଭୟ ଲାଗେ ଭାବି ନିଜ ଅନୁମାନିତ କ୍ଷତିର କ୍ଷଣ,
ନିଜ ଆତ୍ମବିଶ୍ଵାସ କେବଳ ଦେଇ ପାରିବ ବିଶ୍ଳେଷଣ |୬|
କେତେ ଯେ ରୂପ ରେ ଅଛି ବିସ୍ତୃତ ବିଭୀଷିକା,
ପ୍ରେତାତ୍ମା ଶ୍ରାବ୍ୟସ୍ୱର ରେ ଭୟପ୍ରଦ ଲାଗେ ଉପତ୍ୟକା |୭|