Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Sambit Srikumar

Comedy Horror Others

4.7  

Sambit Srikumar

Comedy Horror Others

ଜୀଅଁନ୍ତା ଭୂତ

ଜୀଅଁନ୍ତା ଭୂତ

2 mins
149



ପିଲାଦିନେ ଶୁଣିଛି ବେନି କର୍ଣ୍ଣ ଜନଶ୍ରୁତିରୁ ଅସରନ୍ତି କାହାଣୀ

ଡାହାଣୀ ଚିରୁଗୁଣି ଅସୁରୁଣୀର ବୁକୁଥରା ବିଳାପ ରାଗିଣୀ

ଭୂତ ପ୍ରେତ ପିଶାଚ ବ୍ରହ୍ମରାକ୍ଷାସର ସୁବିସ୍ତୃତ ଶ୍ରେଣୀ ବିଭାଗ

କାରୁଣ୍ୟ ଭରା ଭୟାବହ ଭୌତିକ କାଣ୍ଡ ଲାଗେ ଅତିରଞ୍ଜିତ

ନିଜ ଗାଁ ମଶାଣି ପର ଗାଁ ପାଣିକୁ ନେଇ କେତେ ଢଗଢମାଳି

କୁହାଳିଆ ତୁଣ୍ଡରୁ ଝରିପଡେ ଆଖି ଦେଖା ଧାରା ବିବରଣୀ

ଗୁଣିଆ-ଦିଶାରୀ-ଭଣ୍ଡବାବାଙ୍କ ଟୁଣୁକା ଟୁଣୁକି ଝଡ଼ା ଫୁଙ୍କା

ଦିନରେ ଜହ୍ନ ଦେଖାଇ ଲୁଟି ଯେ ନିଅନ୍ତି ବିଡ଼ା ବିଡ଼ା ଟଙ୍କା!!

ଯୌବନେ ଅହରହ ଖୋଜୁଛି ଦାକ୍ଷିଣାତ୍ୟର ନାନାଦି କ୍ଷେତ୍ରରେ

ଗୋଲକୁଣ୍ଡା - କାକଟ୍ଟିୟା - କୋଣ୍ଡାପଲ୍ଲୀ - ଚିତ୍ରଦୁର୍ଗା କିଲ୍ଲାରେ

ଫାଲକନୁମା - ମହୀଶୂର - ଚୌମହଲା ରାଜପ୍ରାସାଦରେ

ଉଟ୍ଟି - କୋଡାଇ କେନାଲ - କୁର୍ଗର ନିଘଞ୍ଚ ଅରଣ୍ୟରେ

ପଶ୍ଚିମଘାଟ ପର୍ବତମାଳାର ପରିତ୍ଯକ୍ତ ଅନ୍ଧାରୀ ଗୁମ୍ଫାରେ

ଦନ୍ତୁରିତ ଦୁର୍ଗମ ବିପଦ ପୂର୍ଣ୍ଣ ଡ଼େକାନ୍ ମାଳଭୂମିରେ

ମରୀନା ସାଗରବେଳାର ବିସ୍ତୀର୍ଣ୍ଣ ବାଲୁକା ରାଶିରେ

ଶେଷ ଭୂଖଣ୍ଡ କୁମାରିକା ଅନ୍ତରୀପର ସଙ୍ଗମ ବାରିରେ!!

କାଟିଛି ବହୁ ରାତ୍ରୀ ଏକାନ୍ତରେ ଉଜାଗରେ ଅବା ଉତ୍କଣ୍ଠାରେ

ବନବିଭାଗର ନିକାଞ୍ଚନ ନିର୍ଜ୍ଜନ ନିରୋଳା ଡ଼ାକବଙ୍ଗଳାରେ

ଅବା ସୌଖୀନ୍ ତାରକା ହୋଟେଲର ନିଭୃତ କକ୍ଷରେ

ମାଲବାର ଉପକୁଳ ପଛୁଆ ପାଣିର ନୌକା ଗୃହରେ

କେବେ ପଥପ୍ରାନ୍ତରେ ତ କେବେ ମୋ ଦରଭଙ୍ଗା ବସାରେ

ତଲାସିଛି ଅଶରୀରୀ ତତ୍ତ୍ବଙ୍କ ଉପସ୍ଥିତି ଅମା ଅନ୍ଧକାରେ

ଜାଗି ମୁଁ ଉଠିଛି ଅନେକ ଅସଂଖ୍ଯ ଥର ବହଳ ନିଦ୍ରାରୁ

ସ୍ତିମିତ ଆଲୋକେ କିଛି ଅଦ୍ଭୁତ ଶବ୍ଦ ଶୁଣିବା ଉତ୍ତାରୁ!!

ଜାଣିବାକୁ ଚାହେଁ କିଏ ଥିବ କାଳେ ମୋ' ଠୁଁ ବଳି ଭୟଙ୍କର

ଅନୁଭବ କରେ ନିଶାଚର ଜୀବଙ୍କ ଦାରୁଣ ବିକଳ ଚିତ୍କାର

ବଞ୍ଚି ରହିବା ପାଇଁ ଖାଦ୍ୟର ଅନ୍ବେଷଣେ ଦୁର୍ବାର ପ୍ରୟାସ

ଦିବାଲୋକେ ସାହାସ ଅଭାବେ କରିଥାନ୍ତି ନିର୍ଜଳା ଉପବାସ

ଏଯାଏଁ କାହିଁ ବି କେଉଁଠି ହୋଇନି ଆଶରୀରୀର ସାକ୍ଷାତ

ମୁହିଁ ଯେ' ମଣିଷ ରୂପେ ଉଭା ପ୍ରତ୍ୟକ୍ଷ ଜୀଅଁନ୍ତା ଭୂତ

ଯାହାର ଛାଇର ଭୟରେ ଏଇ ସାରା ସଂସାର ଥରେ

ସେ ବା' ପୁଣି କେଉଁ ଭୂତ ପ୍ରେତ ପିଶାଚକୁ ଡରେ???



Rate this content
Log in

Similar oriya poem from Comedy