ସ୍ତ୍ରୀ ଭକ୍ତଟିଏ ମୁହିଁ
ସ୍ତ୍ରୀ ଭକ୍ତଟିଏ ମୁହିଁ
ମନକୁ ବୁଝେଇ ଛାତିକୁ ଫୁଲେଇ
ଗର୍ବରେ ମୁଁ କହୁଅଛି,
ସ୍ତ୍ରୀର ପରମ ଭକତ ମୋ ଭଳି
କିଏ ଭାଇ ଏଠି ଅଛି?
ପାହାନ୍ତି ପ୍ରହରୁ ନିତି ମୁଁ ଉଠୁଛି
ସ୍ତ୍ରୀ ଗୋଡ଼ ମୋଡିବାକୁ,
ତା' ହୁକୁମ୍ ମାନି ବେଏଡ୍ ଟି ଆଣି
ତୁରନ୍ତ ମୁଁ ଥୋଇବାକୁ।
ଚା' ପିଆ ସାରି ମାଡାମ ମୋହର
ଗୁଡାଖୁ ମେଞ୍ଚାଏ ଘଷି,
ଲାଟିନିରେ କ'ଣ କରେ ସେ କେଜାଣି
ଅଧ ଘଣ୍ଟା କାଳ ବସି !
ହେଳା କରି ନାହିଁ ଅଇଁଠା ବାସନ
କେବେ ମୁହିଁ ମାଜିବାକୁ,
ପାଣି ଦି' ବାଲିଟି ଡରିମରି ରଖେ
ତାକୁ ଖୁସି କରିବାକୁ।
ଦୋକାନକୁ ଯିବା ସଉଦା କରିବା
ପରିବା ଆଣିବା ପାଇଁ,
ତାଗିଦ୍ ସେ କରି ଲମ୍ବା ଲିଷ୍ଟ୍ଟାକୁ
ଦିଏ ମୋ ହାତେ ଧରେଇ।
ଭୁଲରେ ଯଦି ଟଙ୍କାଏ ଆଠଣା
ଏପଟ ସେପଟ ହୁଏ,
ଭାଗ୍ୟ ମୋର ଜାଣ ସେଦିନ ଖରାପ
ପିଠି ଗଲୁ ମରିଯାଏ।
ଦିନ ଆଠଟାରେ ବିଚ୍ଛଣା ଛାଡିବା
ତା' ନିତି ଦିନ ଅଭ୍ୟାସ,
ପଦେ ଯଦି କହେ ମୋ ବୁଢ଼ୀ ମାଆଟି
ଲଗାଏ ପୁଣି ସଂଘର୍ଷ।
ଗୁରୁବାରେ ଉଗ୍ର ଚଣ୍ଡୀରୂପ ତାର
ଜ୍ୱାଳାମୁଖୀ ସଙ୍କ୍ରାନ୍ତିରେ,
ଶନିବାରେ କାଳୀ ରୂପ ଦେଖି ମୁହିଁ
ଠିଆ ଠିଆ ଏକ କରେ।
ପିଠିଆ ବଳଦ ପରାଏ ସେସବୁ
ଡରିମରି ସହୁଥାଏ,
ସ୍ଵାମୀ ପଣିଆର ଉପାଧିକୁ ଧରି
ମିଛେ ମିଛେ ହସୁଥାଏ।
ସବୁଦିନେ ଘରେ ନାଇଟି ପିନ୍ଧିଲା
ଶାଢୀ ଦିନେ ପିନ୍ଧିଲାନି,
ଗୁଣ୍ଠୁଣୀ ହାତୀଟି ପରି ଦିଶିଲାଣି
ଆଡରେ ସେ ବଢିଲାଣି ।
ଜଳ ହସ୍ତୀ ଭଳି ତାର ପାକସ୍ଥଳୀ
କୁଣ୍ଡେ ଦାନା ଖାଉଅଛି,
ମୁଣ୍ଡେ ଧଳା ଚୁଟି କଲର କରୁଛି
ଦାଣ୍ଡେ ଷ୍ଟାଇଲି ମାରୁଛି।
ନନ୍ଭେଜ ସ୍ନେହୀ ମୋ ଚିକେନ ଖାଇ
ଲୁଣି ଶୁଖୁଆରେ ଆଶା,
ପୁଣି ଖୋଜେ ଆମଲେଟ ,ଚାଉମିନି
ପିଜା,ପେଟିସି ଓ ଦୋଷା।
ଟିଭି ରଙ୍କୁଣୀ ମୋ ସିରିଏଲ୍ ଦର୍ଶିନୀ
ସ୍ମାର୍ଟ୍ ଫୋଅନ ଧାରିଣୀ,
ଦିନରାତି ଫେସବୁକ୍ ଚାଟିଙ୍ଗିରେ
ଲକ୍ଷେ ସାଙ୍ଗ କରିଲାଣି।
ସ୍ଵାମୀଭାବିମୋତେ ସରାଗରେକେବେ
ଦିନେ ଚୂମା ଦେଲାନାହିଁ,
କିନ୍ତୁ ଫୋନ୍ଟାକୁ କିସ୍ ଦେଇ ତାର
ରଙ୍ଗ ଦେଲାଣି ଛଡ଼େଇ।
କହିବାକୁ ପଦେ ସାହସ ମୋ ନାହିଁ
&nb
sp; ବାଜେ ଲୋକ ପରା ମୁହିଁ,
ବେଲଣା କାଠିର ମୋ ମୁଣ୍ଡ ଫଟାଟା
ଭୁଲି କି ପାରିବି ଭାଇ?
ଅଲାଜୁକ ହୋଇ ମହିଳା କୋଅର୍ଟ
ଏ ଦିନେ କାହିଁ ଦେଖିବି,
କି,ଅମାନିଆ ହୋଇ ଝାଡ଼ୁ ପାହାର ମୁଁ
ଆଉ ବା କେତେ ଖାଇବି।
ମନେ ପଡେ ଏହି ସାବିତ୍ରୀ ବ୍ରତରେ
ମୋ ଗାଲକୁ ଖୁନ୍ଦା ଦେଇ,
ଦାମୀ ଶାଢ଼ୀ ପାଇଁ ଯୋଗନୀଖିଆଟି
ଗାଳିଦେଇଥିଲା ସେହି।
ତା' କିଣା ଚାକର ହୋଇ ଘରେ ମୁହିଁ
ଉଠାବସା ନିତି ହୁଏ,
କିନ୍ତୁ ବାହାରେ ମୁଁ ଫୁଟାଣି ମାରିକି
ମୋ ସ୍ତ୍ରୀକୁ ଟେକୁଥାଏ।
ଲକ୍ଷେରେ ଗୋଟିଏ ଘରଣୀ ମୋ ସିଏ
ଭାରି ମୋତେ ଭଲ ପାଏ,
ଐଶ୍ୱର୍ଯ୍ଯା,କରିନା,କାଟ୍ରିନାଙ୍କଠାରୁ
ଆହୁରି ସୁନ୍ଦରୀ ସିଏ।
ସପ୍ତାହର ତିନିଦିନ ମାର୍କେଟକୁ
ମୋ ସହ ଯିବାଟି ଧାର୍ଯ୍ୟ,
ତା' ପାଇଁ କେବଳ ଖାଲି ଆଜି ଯାହା
ବଞ୍ଚିଛି କରି କରଜ।
ବୋଲକରା ବଡିଗାଆର୍ଡ ତାହାର
ନିଜସ୍ଵ ମୁଁ ହରେଇଛି,
ବାହାହେଲାଦିନୁ ଆଜି ପରଯନ୍ତ
ହିନସ୍ତା ଯାହା ହେଉଛି।
ପଚାଶ ବରଷ ମୋତେ ଟପିଲାଣି
ତଥାପି ସନ୍ଦେହ କରେ,
ଫୋନ୍ କିଏ କଲା ଝିଅ କି ମହିଳା
ସିଏ କାନ ଖାଲି ଡେରେ।
ମୋବାପା ମାଆଙ୍କୁ ଭାରି ଚିଡୁଥାଏ
ତା' ବାପା ଭାଇଙ୍କୁ ଟେକେ,
ରବିବାର ଦେଖି ମଟନ ଚୁଙ୍ଗୁଡି
ଖାଇବାକୁ ତାଙ୍କୁ ଡାକେ।
ମୁନା ବାପା ସହ ଗେହ୍ଲେଇ ହୋଇକି
ହସିହସି କଥା ହୁଏ,
ମୋ ସାଙ୍ଗରେ ଦିନେ ହସି କହିବାର
ଏ ଆଖି ଦେଖି ନ ଥାଏ।
କି ବର୍ଣ୍ଣିବି ଆଉ ମହିମାକୁ ତାର
ପରମ ଭକ୍ତଟି ହୋଇ,
ଆଜିଯାଏଁ ମୋଠିଁ ପ୍ରସନ୍ନ ହୁଏନା
ବର ଯାଚେ ଅନ୍ଯଠେଇଁ।
ସ୍ଵାମୀ ବୋଲକରା ଉପାଧୀ ମିଳିଛି
ମୋତେ ଆମ ଗାଁଟିରେ,
ଭାଗ୍ୟବାନ ବୋଲି ନିଜକୁ ମଣୁଛି
ସବୁ ମୋ ସ୍ତ୍ରୀ କୃପାରେ।
ସବୁ ସ୍ତ୍ରୀ ଭାଇ ଏଭଳି ନୁହଁନ୍ତି
ମୋ ଘରଣୀ ଯେଉଁ ଭଳି,
ସମସ୍ତ ଗେରସ୍ତ ନୁହନ୍ତି କେବେତ
ଏ ମୂର୍ଖ ଅପର୍ତ୍ତି ପରି।
ମୋ ଭଳି ହତାଶା ଗେରସ୍ତ ମାନଙ୍କୁ
ଏତିକି କହିବି ମୁହିଁ,
ତେଲ ନ ମାରିବ ଘରଣୀକୁ ଯଦି
ମରିବ ଅଶାନ୍ତି ହୋଇ।