STORYMIRROR

Jagabandhu Sahu

Comedy

4  

Jagabandhu Sahu

Comedy

ପକେଟ୍ ଖାଲି ଦିବସ

ପକେଟ୍ ଖାଲି ଦିବସ

1 min
355

ପ୍ରେମ କରି ବନ୍ଧୁ    ନାମ ନେଲି ଆଜି

      ଲୁଟି ନେଲା ସବୁ ଧନ 

ପ୍ରେମ ଦିବସଟି     ସରିଗଲା ପରେ

      ଭାଙ୍ଗି ଦେଇଗଲା ମନ

ପ୍ରେମ ଦିବସରେ    ଗାଲକୁ ଆଉଁସି 

      ଧନ ଜାନୁ କହୁଥିଲା 

ପକେଟ୍ ମୋହର  ଖାଲି ହେବା ଜାଣି

      ହାତ ମୋର ଛାଡିଗଲା

କାହାକୁ କହିବି ଏ   ମରମର କଥା

     ଲାଗୁଅଛି ଭାରି ସରମ

ଥଣ୍ଡା ଦିନେ ମଧ୍ଯ    ଏଇ କଥା ଭାବି

     ମୁଣ୍ଡ ହୋଇଯାଏ ଗରମ

ଭାବୁ ଅଛି ବନ୍ଧୁ    ବ୍ରହ୍ମଚାରୀ ହୋଇ 

      ଯିବି ପଛେ ହିମାଳୟ

ଭୁଲରେ ମଧ୍ଯ ଏ  ସୁନ୍ଦରୀଙ୍କ ଠାରେ

      ରଖିବିନି ଆଉ ଲୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy