STORYMIRROR

Jagabandhu Sahu

Others

3  

Jagabandhu Sahu

Others

ଅବଶୋଷ

ଅବଶୋଷ

1 min
199

ଭଲପାଇ ତୋତେ କାନ୍ଦୁଛି ଲୋ ଆଜି

    କି' ଅବା ଥିଲା ମୋ' ଦୋଷ 

ବୁଝି ପାରିଲୁନି  ପ୍ରେମକୁ ମୋହର 

     ବିଶ୍ବାସରେ ଦେଲୁ ବିଷ 

ଛଳନା ଛୁରୀରେ   ଛାତିକି ଚିରିଲୁ

     କରି ଦେଲୁ ସର୍ବନାଶ

ସ୍ମୃତି ସବୁ ମୋର ପାଦେ ତୋର ଦଳି

     କରି ଦେଲୁ ସବୁ ଶେଷ

ଏତେ ସବୁ ପରେ ତୋତେ କେବେ ପ୍ରିୟା 

     ଦେଉ ନାହିଁ ମୁହିଁ ଦୋଷ

ଭାବୁଛି ତୋ ପ୍ରେମ ନଥିଲା ମୋ ଭାଗ୍ଯେ

      ଥିଲା ଯାହା ଅବଶୋଷ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍