STORYMIRROR

Jagabandhu Sahu

Romance

3  

Jagabandhu Sahu

Romance

ହାପି ମାହାଙ୍ଗା ଡେ

ହାପି ମାହାଙ୍ଗା ଡେ

1 min
193

ହାତ ମୋର ଛାଡି  ଦୂରେ ଗଲ ଚାଲି

     ଦେଇ ମନେ ନିରବତା 

ଭୁଲିବାକୁ ଯେତେ   ଚାହୁଁଛି ତୁମକୁ

     ମନେ ପଡେ ତୁମ କଥା

ଅତୀତର ସ୍ମୃତି    ହୃଦୟେ ସାଇତି 

     ନିତି ବଞ୍ଚି ବଞ୍ଚି ମରେ

ମନେ ପଡିଗଲେ   ତୁମ କଥା ପ୍ରିୟା 

    ଆଖିରୁ ମୋ ଲୁହ ଝରେ

ଦେବୀ ପରି ପ୍ରିୟା  ପୂଜୁଥିଲି ତୁମକୁ 

     ମନ ମନ୍ଦିରରେ ମୋର 

ସେଥିପାଇଁ ବୋଧେ ହୃଦୟ ମୋ ଭାଙ୍ଗି

     କରି ଦେଇଗଲ ପର

ଅଭିଶାପ ତୁମକୁ  ଦେବି ନାହିଁ ପ୍ରିୟା 

     ଦେଉ ଅଛି ଆର୍ଶିବାଦ 

ସଦା ସୁହାଗିନୀ   ହୋଇ ରହିଥାଅ

      ଘୁଞ୍ଚୁ ସବୁ ପରମାଦ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance