ହାପି ମାହାଙ୍ଗା ଡେ
ହାପି ମାହାଙ୍ଗା ଡେ


ହାତ ମୋର ଛାଡି ଦୂରେ ଗଲ ଚାଲି
ଦେଇ ମନେ ନିରବତା
ଭୁଲିବାକୁ ଯେତେ ଚାହୁଁଛି ତୁମକୁ
ମନେ ପଡେ ତୁମ କଥା
ଅତୀତର ସ୍ମୃତି ହୃଦୟେ ସାଇତି
ନିତି ବଞ୍ଚି ବଞ୍ଚି ମରେ
ମନେ ପଡିଗଲେ ତୁମ କଥା ପ୍ରିୟା
ଆଖିରୁ ମୋ ଲୁହ ଝରେ
ଦେବୀ ପରି ପ୍ରିୟା ପୂଜୁଥିଲି ତୁମକୁ
ମନ ମନ୍ଦିରରେ ମୋର
ସେଥିପାଇଁ ବୋଧେ ହୃଦୟ ମୋ ଭାଙ୍ଗି
କରି ଦେଇଗଲ ପର
ଅଭିଶାପ ତୁମକୁ ଦେବି ନାହିଁ ପ୍ରିୟା
ଦେଉ ଅଛି ଆର୍ଶିବାଦ
ସଦା ସୁହାଗିନୀ ହୋଇ ରହିଥାଅ
ଘୁଞ୍ଚୁ ସବୁ ପରମାଦ