STORYMIRROR

Secret Superstar

Romance Inspirational

3  

Secret Superstar

Romance Inspirational

ତତେ ଯେବେ ଖୋଜେ ...ଏ ଦୁନିଆ କହେ ବହିଯାଉଛି ନଦୀ ଟେ ଦେଖ ପାଗେଳୀ ପରି ଯେ

ତତେ ଯେବେ ଖୋଜେ ...ଏ ଦୁନିଆ କହେ ବହିଯାଉଛି ନଦୀ ଟେ ଦେଖ ପାଗେଳୀ ପରି ଯେ

1 min
159

ଖୋଜେ ମୁ ତାକୁ 

      ଭଲପାଏ ଯାହାକୁ 

  ନାଚିବାକୁ ଝୁମିବାକୁ ଚାହେଁ ଯା ସାଥେ

    ମୋ ପ୍ରେମର ସୁଅରେ 

  ହଜିବାକୁ... ମିଶିବାକୁ ଚାହେଁ 

     ତାର ପ୍ରତିଟି ଛୁଆଁ ରେ 

ଓଃ ସାଥୀରେ ମାହିରେ ...କେଉଁଠି ଅଛୁ ରେ 

  ତତେ ଯେବେ ଖୋଜେ ....ଏ ଦୁନିଆ କହେ 

  ବହିଯାଉଛି ନଦୀଟେ ଦେଖ ପାଗେଳୀ ପରି ଯେ ।।


କହିଥିଲୁ ତୁ ...

     ତୋ ଜୀବନ ମୁ ...

  ଭୁଲି ମୁ ପାରେନା ...ତୋର ସେ ଛୁଆଁ ...

ଛୁଇଁବାକୁ ଟିକେ ତତେ ....

      ସରଗରୁ ଆସିଛି ଯେବେ ....

 କେତେ ବାଧା ବିଘ୍ନ....ପର୍ବତ ସମାନ ...

   କାଟି ସବୁ ମୋ ପ୍ରେମର ସୁଅରେ ।

ଓଃ ସାଥୀରେ....କେଉଁଠି ଅଛୁ ରେ 

 ତତେ ଯେବେ ଖୋଜେ ...ଏ ଦୁନିଆ କହେ 

  ବହିଯାଉଛି ନଦୀ ଟେ ଦେଖ ପାଗେଳୀ ପରି ଯେ ।।


ଆମ ଏ ପ୍ରେମ କାହାଣୀ...

       ସବୁଜ ବନ କୁଳୁକୁଳୁ ନଦୀର ସଙ୍ଗୀନୀ...

  ମିଶିବାକୁ ଈଛା ଭାରି ତୁମ ତନୁ ମନେ 

          ସତେ ଯେପରି 

  ନଦୀର ଜଳ ଯାଏ ମିଶି ବନ ଲତାର ଛୁଆଁରେ ।।

 ଓଃ ସାଥୀରେ ମାହିରେ ...କେଉଁଠି ଅଛୁ ରେ 

  ତତେ ଯେବେ ଖୋଜେ ...ଏ ଦୁନିଆ କହେ 

  ବହିଯାଉଛି ନଦୀଟେ ଦେଖ ପାଗେଳୀ ପରି ଯେ ।।


 ମୋ ପାଗଳାମି ଦେଖି 

      ଦୁନିଆ କରେ ଚାଲାକି 

  କରେ କେତେ ବାହାନା 

  ରୋକିବାକୁ ମୋତେ ସିନା 

କେମିତି ବୁଝାଇ କହିବି ଏ ଦୁନିଆ କୁ 

       ଯେ ମୋ ଠୁ ଦୂର କରିଛି ତୁମକୁ 

 ଏ ପାଗଳାମି ରୋକିପାରେ ସିନା ...କେବଳ ତୁମର ଛୁଆଁରେ 

  ଓଃ ସାଥୀରେ ମାହିରେ ...କେଉଁଠି ଅଛୁ ରେ 

  ତତେ ଯେବେ ଖୋଜେ ...ଏ ଦୁନିଆ କହେ 

  ବହିଯାଉଛି ନଦୀଟେ ଦେଖ ପାଗେଳୀ ପରି ଯେ ।।


 ( ଜଙ୍ଗଲଗୁଡିକ ଅଧିକ ବର୍ଷା ଜଳକୁ ଭିଜାଇ ପାରିବେ, ଯେପରି ଜଳପ୍ରବାହ ଏବଂ ବନ୍ୟା ପରିସ୍ଥିତିରୁ ରକ୍ଷା ପାଇବ | ଶୁଖିଲା ଋତୁରେ ଜଳ ଛାଡି ଜଙ୍ଗଲ ମଧ୍ୟ ବିଶୁଦ୍ଧ ଜଳ ଯୋଗାଇବାରେ ସାହାଯ୍ୟ କରିଥାଏ ଏବଂ ମରୁଡ଼ିର ପ୍ରଭାବକୁ ହ୍ରାସ କରିଥାଏ | )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance