ତୁମେ କି ସେ ...
ତୁମେ କି ସେ ...
ତୁମେ ଆଧ୍ଯାତ୍ମିକତାର ସ୍ରୋତ
ନା କାମନା ବାସନାର ଅନ୍ତ
ତୁମେ କି ସେ କାମ କ୍ରୋଧ ବିହୀନ
ତୁମ ଠୁ କି ଦୂରେ ଲୋଭ ମୋହ ମାନ
ତୁମେ ଯଦି ସେହି ମୋ ଜୀବନ ନାଥ
ତୁମ ବିନା ପ୍ରଭୁ
ଏ ଜୀବନ ମୋର କିପରି ପାଇବ ପଥ ।।
ତୁମେ କି ବାର୍ଦ୍ଧକ୍ୟ ର ମୁକ୍ତି ପଥ
ନା ବାତ୍ସଲ୍ୟ ର ଖିଲି ଖିଲି ହସ
ତୁମ ଠୁ କି ଦୂର କିଶୋର ର ଆମୋଦ ପ୍ରମୋଦ
ତୁମେ କି ସେ ଯେ ମନେପଡେ
ଯେବେ ଆସେ ବିପଦ
ତୁମେ ଯଦି ସେହି ମୋ ଜୀବନ ନାଥ
ତୁମ ବିନା ପ୍ରଭୁ
ଏ ଜୀବନ ମୋର କିପରି ପାଇବ ପଥ ।।
ତୁମେ କି ସନ୍ଯାସୀର ବୈରାଗ୍ୟ ପ୍ରୀତି
ନା ସଂସାର ର ହସ ଖୁସି
ସଂସାର ଟା କି ତୁମଠୁ ବହୁଦୂର
ତୁମକୁ ପାଇବାକୁ ସଂସାର କୁ କରିବାକୁ ହୁଏ କି ପର
ତୁମେ ଯଦି ସେହି ମୋ ଜୀବନ ନାଥ
ତୁମ ବିନା ପ୍ରଭୁ
ଏ ଜୀବନ ମୋର କିପରି ପାଇବ ପଥ ।।
ତୁମେ କି ସେ ଯେ ଦେଖିପାରେ ଭବିଷ୍ୟତ
ନା ବର୍ତ୍ତମାନ ର ଜୀବନ୍ତ ଚଳନ ପ୍ରତୀକ
ସରଳ ଜୀବନ ତୁମଠୁ କି ଦୂର
ଅଲୌକିକତା ପରିଚୟ କି ତୁମର
ତୁମେ ଯଦି ସେହି ମୋ ଜୀବନ ନାଥ
ତୁମ ବିନା ପ୍ରଭୁ
ଏ ଜୀବନ ମୋର କିପରି ପାଇବ ପଥ ।।