STORYMIRROR

Secret Superstar

Inspirational Children

3  

Secret Superstar

Inspirational Children

ତୁମେ କି ସେ ...

ତୁମେ କି ସେ ...

1 min
195

ତୁମେ ଆଧ୍ଯାତ୍ମିକତାର ସ୍ରୋତ 

     ନା କାମନା ବାସନାର ଅନ୍ତ 

ତୁମେ କି ସେ କାମ କ୍ରୋଧ ବିହୀନ 

        ତୁମ ଠୁ କି ଦୂରେ ଲୋଭ ମୋହ ମାନ 

   ତୁମେ ଯଦି ସେହି ମୋ ଜୀବନ ନାଥ 

      ତୁମ ବିନା ପ୍ରଭୁ 

    ଏ ଜୀବନ ମୋର କିପରି ପାଇବ ପଥ ।।


ତୁମେ କି ବାର୍ଦ୍ଧକ୍ୟ ର ମୁକ୍ତି ପଥ 

        ନା ବାତ୍ସଲ୍ୟ ର ଖିଲି ଖିଲି ହସ 

ତୁମ ଠୁ କି ଦୂର କିଶୋର ର ଆମୋଦ ପ୍ରମୋଦ 

ତୁମେ କି ସେ ଯେ ମନେପଡେ

ଯେବେ ଆସେ ବିପଦ

ତୁମେ ଯଦି ସେହି ମୋ ଜୀବନ ନାଥ 

      ତୁମ ବିନା ପ୍ରଭୁ 

    ଏ ଜୀବନ ମୋର କିପରି ପାଇବ ପଥ ।।


  ତୁମେ କି ସନ୍ଯାସୀର ବୈରାଗ୍ୟ ପ୍ରୀତି 

          ନା ସଂସାର ର ହସ ଖୁସି 

 ସଂସାର ଟା କି ତୁମଠୁ ବହୁଦୂର 

      ତୁମକୁ ପାଇବାକୁ ସଂସାର କୁ କରିବାକୁ ହୁଏ କି ପର

  ତୁମେ ଯଦି ସେହି ମୋ ଜୀବନ ନାଥ 

      ତୁମ ବିନା ପ୍ରଭୁ 

    ଏ ଜୀବନ ମୋର କିପରି ପାଇବ ପଥ ।।


ତୁମେ କି ସେ ଯେ ଦେଖିପାରେ ଭବିଷ୍ୟତ 

           ନା ବର୍ତ୍ତମାନ ର ଜୀବନ୍ତ ଚଳନ ପ୍ରତୀକ 

ସରଳ ଜୀବନ ତୁମଠୁ କି ଦୂର 

     ଅଲୌକିକତା ପରିଚୟ କି ତୁମର 

  ତୁମେ ଯଦି ସେହି ମୋ ଜୀବନ ନାଥ 

      ତୁମ ବିନା ପ୍ରଭୁ 

    ଏ ଜୀବନ ମୋର କିପରି ପାଇବ ପଥ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational