STORYMIRROR

Secret Superstar

Abstract

3  

Secret Superstar

Abstract

ଶୁଭେଛା ଶୁଭକାମନା ସାଥୀ ଜନ୍ମଦିନର ତତେ

ଶୁଭେଛା ଶୁଭକାମନା ସାଥୀ ଜନ୍ମଦିନର ତତେ

1 min
186

କି ଦେବି ଉପହାର...

    ଚାନ୍ଦ ଅବା ପାରିଜାତ ସରଗର 

 ଉପହାର କଥା କହି 

        ହଜିଗଲୁ ତୁହି 

 ( ଡୁ ୟୁ ନୋ ଦ ସ୍ପେସିୟାଲ୍ ଗିଫ୍ଟ ଅଫ ମାଇ ଲାଇଫ୍ , ଟୁ ସି ୟୁ ଅନ ଦ ଫାଇନାଲ୍ ଷ୍ଟେଜ୍ ଅଫ ସକ୍ସେସ୍, ପ୍ରୋମିଜ୍ ମି ୟୁ ମଷ୍ଟ ଫୁଲ୍ ଫିଲ୍ ୟୋର୍ ବେଷ୍ଟ ଫ୍ରେଣ୍ଡ'ସ ଉଇସ୍ ) 


 ଜାଣେନା କେଉଁଠି ଅଛୁ ତୁ ...କିବା ତୋ ଠିକଣା 

ଆମ ବନ୍ଧୁତା ଭଲପାଇବା ...ସାକ୍ଷୀ ସରଗର ଚାନ୍ଦ ଏକା 

ହେ ଚାନ୍ଦ ସରଗର ...

    ଜାଣିଛୁ କି ଠିକଣା ମୋ ସାଥୀର...

 କହିବୁ ତାକୁ ଯାଇ ...

      ମୁ ଅଛି ତା ବାଟ ଚାହିଁ ...

ଶୁଭେଛ୍ଛା ଶୁଭକାମନା ସାଥୀ ଜନ୍ମଦିନର ତତେ 

 ଚାନ୍ଦ କୁ ଚାହିଁ ଥରେ ଟିକେ ତୁ ହସିଦେ ।।


ତୋ ବିନା ସାଥୀ...ଜିଇଁଛି ସାଇତି ତୋ ସ୍ମୃତି 

 ମାଗିଥିବା ଉପହାର ତୁ ...ତତେ ଆଣି ଦେବା ପାଇଁ 

 ସଫଳତା ସଂଘର୍ଷ ର ପଥକୁ ...ବାଛିଛି ହସି ହସି ମୁହିଁ ...

ଜଣାଥିଲା କି ମୋତେ ଏ ପଥ ହେବ ଏପରି ...

     ଏକା ଚାଲିବାକୁ ହେବ ସ୍ମୃତି ରେ ତୁମରି 

 ମୋ ହୃଦୟର ଭଲପାଇବା....ଏକା ମଳୟକୁ ଜଣା

ହେ ମଳୟ ନିଶ୍ବାସ ପ୍ରେମର 

       ସ୍ପନ୍ଦିତ ହେବୁ ଯେବେ ହୃଦୟ ରେ ମୋ ସାଥୀର 

   କହିବୁ ତାକୁ ଯାଇ 

       ମୋ ସ୍ପନ୍ଦନ ତା ପାଇଁ ...

 ଶୁଭେଛା ଶୁଭକାମନା ସାଥୀ ଜନ୍ମଦିନର ତତେ 

 ନୀରବେ ହେଉ ପଛେ ..ମଳୟ ର ଛୁଆଁ ରେ ଥରେ କହିଦେ

       ଭଲପାଉଛୁ ଆଜି ବି ତୁ କେତେ ମୋତେ ।।


ଏତିକି ନିବେଦନ ବିଭୁଙ୍କ ଚରଣେ ...

       ସଦା ଭରିଥାଉ ହସ ତୋ ଓଠେ...

ଯଦି ହେବ ବିଭୁଙ୍କ ଆଶୀର୍ବାଦ...

         ତୋ ଉପହାର ମୋତେ ଜଲଦି ମିଳିବ 

   ଦୁନିଆ ର ସାମ୍ନା ରେ କହିବି ଚିଲାଇ 

  (ହାପି ବାର୍ଥ ଡେ ମାଇ ବେଷ୍ଟ ଫ୍ରେଣ୍ଡ )

  କହିଦେ କେଉଁଠି ଅଛୁ ସାଥୀ ...

   ଯାଉଛି ତୋ ଉପହାର ତତେ ଦେବା ପାଇଁ 

 ଶୁଭେଛା ଶୁଭକାମନା ସାଥୀ ଜନ୍ମଦିନର ତତେ 

ମନେ ମନେ ହେଉ ପଛେ ....

ବିଭୁଙ୍କ ପାଶେ ଥରେ କହିଦେ         

ସତେ ଭଲପାଉଛୁ ଆଜି ବି ତୁ କେତେ ମୋତେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract