STORYMIRROR

Usharani Sahoo

Abstract

4  

Usharani Sahoo

Abstract

ସନ୍ତାନ

ସନ୍ତାନ

1 min
435


ସନ୍ତାନ ଅଟଇ ପିତାମାତାଙ୍କର

ଜୀବନର ପ୍ରାଣଧନ

ସନ୍ତାନର ସୁଖ ଆତ୍ମତୃପ୍ତି ଲାଭ

ପୂରି ଉଠେ ମନ ପ୍ରାଣ।..(୧)

ସନ୍ତାନ ଅଟଇ ପିତାମାତା ପାଇଁ

ଈଶ୍ୱରଙ୍କ ବରଦାନ

ପରିବାର ଲାଗେ ମରୁଭୂମି ପରି

ଲାଗେ ପୁଣି ଶୂନ୍ୟ ହୀନ।..(୨)

ସନ୍ତାନ ରୂପରେ ପୁଅ ଅବା ଝିଅ

କର ନାହିଁ ଭେଦଭାବ

ସେ ପରା ଆମର ନୟନ ପିତୁଳା

ଜୀବନର ଗଣ୍ଠିଧନ।..(୩)

ସନ୍ତାନ ଅଟଇ ଅମୂଲ୍ୟ ସମ୍ପଦ

ସବୁଠାରୁ ମୂଲ୍ୟବାନ

ତାହା ବିନା ଆମ ଜୀବନ ଅଧୁରା

ତୁଚ୍ଛ ଲାଗେ ଏ ଜୀବନ।..(୪)

ବଂଶର ରକ୍ଷକ କୂଳର ପ୍ରଦୀପ

ସେହି ଯେ ସନ୍ତାନ ଆମ

ତାର ଓଠେ ହସ ଝରଇ ପୀୟୂଷ

ଲାଗଇ ଅମୃତ ସମ।..(୫)

ସୁଯୋଗ୍ୟ ସନ୍ତାନ ରଖଇ ସମ୍ମାନ

କରିଥାଏ ଉଚ୍ଚେ ମଥା

ସନ୍ତାନକୁ ନେଇ ଵଡିମା ଦେଖାଇ

ଗର୍ବ କରେ ପିତାମାତା।..(୬)

ଅଯୋଗ୍ୟ ସନ୍ତାନ ଚିନ୍ତାର କାରଣ

ଭାବି ଭାବି ଦିନ ସରେ

କୁକର୍ମରେ ଲିପ୍ତ ହୁଏ ପଥଭ୍ରଷ୍ଟ

ପିତାମାତା ମୁଣ୍ଡ ଘୂରେ।..(୭)

ଵୃଦ୍ଧକାଳେ ପରା ଆମର ସାହାରା

ସତେ ଅନ୍ଧର ଲଉଡ଼ି

ଆଜ୍ଞାଵହ ହୋଇ ଧର୍ମକୁ ପାଳଇ

ସୁସନ୍ତାନର ବ୍ରତ କରି।..(୮)

ସନ୍ତାନଟେ ପାଇଁ ଦୁଃଖ ଯାଏ ପିଇ

ମାଆ ସେ ମମତାମୟୀ

ମଙ୍ଗଳ କାମନା କରେ ସେ ସର୍ବଦା

ସନ୍ତାନର ସୁଖ ପାଇଁ।..(୯)



Rate this content
Log in

Similar oriya poem from Abstract