STORYMIRROR

Usharani Sahoo

Others

4  

Usharani Sahoo

Others

ଜୟ ମାଆ ସରସ୍ଵତୀ

ଜୟ ମାଆ ସରସ୍ଵତୀ

1 min
385


ଜୟ ମାତ ସରସ୍ୱତୀ ଦେଵୀ ବୀଣାପାଣି

ନମସ୍ତେ ନମସ୍ତେ ମାଗୋ ବିଦ୍ୟା ପ୍ରଦାୟିନୀ।


ଜୟ ମାଗୋ ଵନ୍ଦନୀୟା ପୁସ୍ତକ ଧାରିଣୀ

ଶୁଭ୍ର ବସ୍ତ୍ର ପରିହିତା ମା ହଂସବାହିନୀ।


ବିଦ୍ୟା ଵୁଦ୍ଧି ପ୍ରଦାୟିନୀ ବିଦ୍ୟାର ଭଣ୍ଡାର

କିଛି ମାଗୋ ଜାଣିନାହିଁ ଅଜ୍ଞାନୀ ତୋହର।


ତୋର ଆଶୀର୍ବାଦ ବଳେ ମୂର୍ଖ କାଳିଦାସ

ପାଣ୍ଡିତ୍ୟ ଦେଖାଇ ମାଗୋ ରଖିଗଲେ ଯଶ।


କେତେ ଯେ କାଵ୍ୟ କବିତା ରଚନା କରିଲେ

ମହାପଣ୍ଡିତ ନାମରେ ଜଗତ ଜାଣିଲେ।


ଅତି ହୀନ ଦୁଃଖୀ ମାଗୋ କରୁଛି ବିନତି

ତୋର ପାଦ ପଦ୍ମ ତଳେ ଥାଉ ମୋର ମତି।


ଧନ ଜନ ଯଶ ମାଗୋ କିଛି ମାଗୁ ନାହିଁ

ତୋହର ଆଶିଷ ଖାଲି ଚାହୁଁ ଅଛି ମୁହିଁ।


ମୁହିଁ ଛାର ତୁଚ୍ଛ ମାଲୋ ହୀନ କପାଳିନୀ

ଦୟା କରି କୃପା କର ମାଗୋ ପଦ୍ମାସିନୀ।



Rate this content
Log in