STORYMIRROR

Usharani Sahoo

Abstract Children

4  

Usharani Sahoo

Abstract Children

ଅନୁଭବ ଅନୁଭୂତିରେ ପ୍ରଭୁ ଜଗନ୍ନାଥ

ଅନୁଭବ ଅନୁଭୂତିରେ ପ୍ରଭୁ ଜଗନ୍ନାଥ

1 min
250


ପୁଅ ଦିନେ ମୋତେ କହିଲା ମାଆଲୋ

କରିଦିଅ ଜଗନ୍ନାଥ 

ରଥଯାତରାରେ ରଥରେ ବସାଇ

ବୁଲାଇବି ଗାଆଁ ଦାଣ୍ଡ।

ବୁଝାଇଲି ପୁଅ ସହଜ ତ ନୁହଁ

ଜଗନ୍ନାଥ ଦରଶନ

ଯିଏ ନିରାକାର ସିଏ ପରଂବ୍ରହ୍ମ

ରୂପ ତ ଅତୁଳନୀୟ।

ଏ କଥା ଶୁଣିଣ ପୁଅର ବଚନ

କିଛି ବି ଶୁଣିବି ନାହିଁ

ଯେମିତି ବି ହେଉ ଜଗନ୍ନାଥ ଦିଅଁ

ହାତରେ ଦିଅ ତୋଳାଇ।

ପୁଅ କଥା ଶୁଣି ଚିନ୍ତାରେ ମୁଁ ଗଲି

ଚଡ଼କ ପଡ଼ିଲା ମୁଣ୍ଡେ

କେମିତି କରିବି ମନେ ଭାବିନେଲି

ମାଟିକୁ ଧରିଲି ହାତେ।

ଯା'ରୂପ ଦର୍ଶନ ତପସ୍ୟା ଯେ ପୁଣ

ଗଢିବି କିପରି ମୂର୍ତ୍ତି

ମୁହିଁ ତ ଅଜ୍ଞାନୀ ପାରୁନାହିଁ ଜାଣି

ଭାବ ଦିଅ ଭାବମୂର୍ତ୍ତି।

ଲାଗିଗଲା ଡୋରି ଜଗନ୍ନାଥଙ୍କର

ମୋ ଠାରେ କରୁଣା କଲେ

ମନରେ ମୋ ବଳ ଅପୂର୍ବ ସାହାସ

ଭାବନାରେ ଘାରି ଦେଲେ।

ମାଟିକୁ ମୁଁ ଧରି ମୂର୍ତ୍ତି ଗଢିଦେଲି

କାଳିଆ ବଳିଆଙ୍କର

ମଝିରେ ଅଛନ୍ତି ସୁଭଦ୍ରା ଭଉଣୀ

ଆହାଃ କେଡେ ମନୋହର।

ଗଢିଦେଲି ସିନା ଭାବମୂର୍ତ୍ତିଙ୍କର

ହାତ ତିଆରି ପ୍ରତିମା

କେମିତି ରଙ୍ଗରେ ସଜେଇବି ବୋଲି

ଭାବନା ଆସୁନି ଜମା।

ପୁଣି ସୁମରିଲି ଭାବ ଠାକୁରଙ୍କୁ

ମନେ ଛବି ଆଙ୍କିଦିଏ

ସେ ଛବିକୁ ଦେଖି ରଙ୍ଗେ ସଜାଇବି

ଜୀବନ୍ତ ପ୍ରତିମାଟିଏ।

ଏହିପରି କହି ହାତେ ତୂଳୀ ଧରି

ମୂର୍ତ୍ତିକୁ ଦେଲି ରଙ୍ଗେଇ

ଆଚମ୍ବିତ ଲାଗେ କେମିତି କରିଲି

ସତେ କିଛି ଜାଣିନାହିଁ।

ଯେଉଁ ହାତେ ଦିନେ ଲାଗିନଥିଲା

ଟିକିଏ ବି ଧୂଳି ମଳି

କିପରି ଗଢିଲା ମାଟି ପିଣ୍ଡୁଳାରେ

ମୂର୍ତ୍ତିଟିଏ ଏହିଭଳି।

ଜାଣିଲି ଜାଣିଲି ଏ ତ ସବୁ ଲୀଳା

ଲୀଳାମୟ ଦାରୁବ୍ରହ୍ମ

ତାଙ୍କର ଇଛାରେ ସବୁ ହୋଇଥାଏ

ଦିବ୍ୟଜ୍ୟୋତି ପରଂବ୍ରହ୍ମ।

ସବୁ ତୁମ ଇଚ୍ଛା ସବୁ ତୁମ କୃପା

ମହାପ୍ରଭୁ ଜଗନ୍ନାଥ

ଏହିଭଳି ଭାବେ କରୁଣା କର ହେ

ରଖିଥାଅ ତୁମ୍ଭ ଟେକ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract