STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
384

ସମୟର ଏକ ଦୀର୍ଘ ଅନ୍ତରାଳ ପରେ

ଖରାଛୁଟିରେ ମୁଁ ଗାଆଁକୁ ଫେରିଛି,

କାରଣ ସେ ଯାହା ହେଉ ପଛେ

ତା ଛାତିରେ ମୁଁ ପାଦକୁ ଥାପିଛି। 

ଲାଗିଲା ଯେମିତି ସେ ଉତ୍ଫୁଲିତା ହୋଇ

କୋଳେଇ ନେଉଥିଲା ମୋତେ,

ମୋର ସମସ୍ତ ବିଶ୍ବାସଘାତକତାକୁ

ସେ ଯେମିତି ପାଶୋରି ଯାଉଥିଲା ସତେ। 


ମୋର ସେ ଅଧା ଭଙ୍ଗା ଘରଟାରୁ

ଉଡ଼ିଗଲେ ଚେମିଣି ଦଳେ,

କିଚିରି ମିଚିରି ଅବୁଝା ଗାଳି ଦେଇ ବୋଧେ

ମୁଁ ଆସିଛି ସେମାନଙ୍କୁ ତଡ଼ିଦେବି କାଳେ। 

ଆଭିମାନେ ଅବନତ ମୁଖେ ମୋ ଘର ସତେକି

ଚାହୁଁ ନଥିଲା ମୋ ମୁହଁ ଚାହିଁବାକୁ

ବସିଲି ମୁଁ ତା ପିଣ୍ଡାରେ ଯେବେ ଫିଟିଗଲା ଦ୍ୱାର

ଡାକିଲାଣି ସତେ କି ମୁଁ ଯାଏଁ ଭିତରକୁ। 


ଘଡ଼ିଏ ବିଶ୍ରାମ ପାଇଁ ଇଛାକରି ବସିଲି ପିଣ୍ଡାରେ

ସାମ୍ନା ଆକାଶଟା ଭାରି ଫର୍ଚ୍ଚା ଲାଗୁଥିଲା,

ସହରର ଆକାଶଠୁ ଖୁବ ନୀଳ ଓ ନିର୍ମଳ

ବାଦଲ ଗୁଡ଼ାକ ବି ଭାରି ତୋଫା ଦିଶୁଥିଲା। 

ସେପଟକୁ ମୁହଁ ବୁଲାଇ ଦେଖେତ

ଆକାଶରେ ଝୁଲିଛି କି ଖାଲି ଦୋଳିଟିଏ,

ମୋ ବୋଉର ଲୁଗାଟି ଦେଖି ଶିହରି ଉଠିଲି

ଯେଉଁଥିରେ ମୁଁ ଝୁଲିଥିଲି ହେତୁ ହେବା ଯାଏଁ। 


ସେ ଘର ଗୋଟାକ ଶିହରି ଉଠିଲା

ଅଶ୍ରୁଧାର ବୁନ୍ଦା କେତେ ପଡ଼ିଗଲା ଯେବେ

ଦଲକାଏ ପବନରେ ଭାସି କି ଆସିଲା

ଚମ୍ପା ଫୁଲର ମଧୁରିଆ ବାସ ମୋତେ ଛୁଇଁ ତେବେ। 

ଧାଇଁ ଗଲି କି କେହିଜଣେ ଟାଣି ନେଲା ମୋତେ

ବାରିକୁ ଲାଗିଥିବା ଅଳକା ନଈକୁ

କାହିଁ କେତେକାଳୁ ବହୁଛି ଏମିତି ଅନେକଙ୍କ ସାକ୍ଷୀ

ତଥାପି ଚିହ୍ନିଲା ବୋଧେ ମାଡିଆସିଲା କୁଳ ଆଡ଼କୁ। 


କେତେ ବେଳ ଯାଏଁ ବସିଛି ସେ ତୁଠ ପଥରରେ

ଜାଣେନା ମୋ ପାଦକୁ ବୁଡ଼ାଇ,

ଏକ ଗାଡ଼ିର ହର୍ଣ ଶୁଣି ଗାଁ ବଜାରରୁ

ଧ୍ୟାନଭଗ୍ନ ହେଲା ମୋର ଦେଖିଲି କି ସଞ୍ଜ ଆସେ ନଇଁ। 

କେହିଜଣେ କହିଦେଇ ଗଲା ଏଇ ଏବେ ଏବେ

ଏଇଟି ଯେ ସହରକୁ ଶେଷଗାଡ଼ି ବୋଲି,

ଫେରିବାକୁ ନଥିଲା ମୋ ମନ କାହିଁକି କେଜାଣି

ଭାବୁଥିଲି ଏ ଗାଁ ରେ ପ୍ରାୟଶ୍ଚିତ କରିବି ମୁଁ ବୋଲି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract