STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଶ୍ୟାମ ! ବିଜେ ହେବ କି ହେ ସତେ

ଶ୍ୟାମ ! ବିଜେ ହେବ କି ହେ ସତେ

1 min
206

ମଧୁର ବଦନେ ମଧୁର ନୟନେ

ମୋହି ନେବ କି ହେ ଶ୍ୟାମଘନ,

ବିଜେ ହେବ ସତେ ହୃଦ କାରାଗାରେ

ମୁକ୍ତ ହୁଅନ୍ତା ଏ ବନ୍ଦୀ ମନ। 

ଶ୍ୟାମ ! 

ବିଜେ ହେବ କି ହେ ସତେ,

ଜୀବନ ଜଞ୍ଜାଳ ଯମୁନା ଆଡ଼େଇ

ପାରି କରିନେଇ ଯିବ ମୋତେ।


ଅକୂଳେ ଆକୁଳେ ଖୋଜି ପାଏନା ମୁଁ

ପାରି ହେବା ପାଇଁ କୂଳ ଯେବେ,

ଧୂମିଳ ପରାଣ ସବୁ ଆଶା ତେଜି

ତୁମକୁ ହିଁ ଶ୍ୟାମ ଲୋଡ଼େ ତେବେ। 

ଶ୍ୟାମ ! 

ବିଜେ ହେବ କି ହେ ସତେ,

ଭ୍ରମିତ ଚେତନା ଦିଶାପ୍ରାପ୍ତ ହେବ

ଚିନ୍ତି ତୁମ୍ଭଙ୍କୁ ଏ ମୁଢ଼ ଚିତ୍ତେ। 


ସବୁ ଜଟିଳତା ଶେଷେ ତୁମେ ସଦା

ଅତ୍ୟନ୍ତ ସରଳ ସମାଧାନ,

ତଥାପି ପ୍ରଶ୍ନର ତୀବ୍ର ଚକ୍ରବାତେ

ଉତ୍ତର ପାଇଁ ମୁଁ ମ୍ରିୟମାଣ। 

ଶ୍ୟାମ ! 

ବିଜେ ହେବ କି ହେ ସତେ,

ଆନନ୍ଦର ଧାରା ଛୁଟାଇ ଧରାରେ 

ଦୁଃଖ ଭରା ଅମାରାତ୍ର ଗତେ। 


ସବୁ ନିରାଶାର ଆଶ୍ୱାସନା ସାଜି

ଆସ ହେ ଜୀବନ ଅଧୀଶ୍ଵର,

ମଗ୍ନ ହେଉ ମୋର ଭାବାବେଗ ଯେତେ

ତୁମ ଭାବେ ହୋଇ ଲୟ ଚିର

ଶ୍ୟାମ ! 

ବିଜେ ହେବ କି ହେ ସତେ,

ମଧୁର ମୋହନ ମୁରଲୀ ସ୍ୱନରେ

ମଧୁ ଭରି ଦେଇ ତ୍ରିଜଗତେ।  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract