STORYMIRROR

Sambit Srikumar

Abstract Inspirational

3  

Sambit Srikumar

Abstract Inspirational

ଏମିତି ଜୀବନ

ଏମିତି ଜୀବନ

1 min
135

ଏମିତି ଜୀବନ ଅବା କେଉଁ କାମର?

ନାହିଁ ନାହିଁର ଅସରନ୍ତି ଗନ୍ତାଘର

ଆଶା ଅସୁମାରି ସମ୍ବଳ ନିଅଣ୍ଟ

ଭରେ ନାହିଁ ଚାଖଣ୍ଡକ ପେଟ।

ଆଶା ଆକାଂକ୍ଷା ସବୁ ଜଳିଯାଏ

ନିରାଶାର ନିଠୁର ଦାବାନଳରେ

ସ୍ବପ୍ନର ମୀନାର ଚୁରମାର୍ ହୋଇଯାଏ

ଅବିଶ୍ଵାସର କୁଠାର ଆଘାତରେ।

ସଜଡା ସଂସାର ଯାଏ ଉଜୁଡ଼ି

କାହାର ଅନଧିକାର ହସ୍ତକ୍ଷେପରେ

ସୁଖ ଶାନ୍ତି ହୋଇଯାଏ ଛାରଖାର

ସମୟର ଉଜାଣିରେ।

ରୋଗ ବ୍ୟାଧିର ଅସହ୍ୟ ତାଡ଼ନା

ସହ ଯୁଝୁ ଯୁଝୁ ସରିଯାଏ ସମୟ

ହା ହତାଶାରେ ବିତିଯାଏ ବୟସ

ମଧୁର ମୂହୁର୍ତ୍ତ ଲାଗଇ ବିଷମୟ।

ବର୍ଷ ମାସର ସମାହାର କି ଜୀବନ?

ଜୀଇଁବା ବିହୁନେ ବଞ୍ଚିବାର କି କାରଣ?

ଏମିତି କାହିଁକି ହୁଏ ମଣିଷ ହୀନିମାନ?

କାହିଁକି ଜୀବନ ପାଲଟେ ମୁଲ୍ୟହୀନ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract