ଅରଣ୍ୟ ରୋଦନ
ଅରଣ୍ୟ ରୋଦନ
ଅରଣ୍ୟ ରୋଦନ କରଇ ମାନବ
ନିଜ କର୍ମଫଳ ଘେନି
ବଳ ବୟସଟି ଥିଲା ବେଳେ କେତେ
କରୁଥିଲା ବେଇମାନୀ ।
ଅନ୍ୟାୟ ଅଧର୍ମ କରି ଚାଲୁ ଥିଲା
ସ୍ବାର୍ଥରେ ଅନ୍ଧ ସେ ହେଇ
ଯେତେବେଳେ ଧୋକା ଖାଇଗଲା ସିଏ
ରୋଦନରେ ଦିନ ଯାଇ ।
ମାନୁ ସେ ନ ଥିଲା କାହାର କଥାକୁ
କରୁଥିଲା ବେଖାତିର
ଯେତେବେଳେ ତାର ସର୍ବ ହରେଇଲା
ଖୋଲି ଗଲା ଆଖି ତାର ।
ଆଖିର ଆଗରେ ହସିଲା ସଂସାର
ଲୋତକରେ ଭରି ଗଲା
ଅରଣ୍ୟ ରୋଦନ ପରି ତା ଜୀବନ
ଯନ୍ତ୍ରଣାରେ ସଢୁ ଥିଲା ।
ମରମର ବ୍ୟଥା ତା ଅକୁହା କଥା
ନା କହି ପାରିଲା ସିଏ
କର୍ମଟି ନିଷ୍ଫଳ ହୋଇଘଲା ଯେବେ
ରୋଦନ ସେ କରୁଥାଏ ।
ଯେଉଁ ରୋଦନକି ହୃଦୟ ଭିତରେ
ରହି ପ୍ରତିଧ୍ବନି ହୁଏ
ସେଇ ଲୁହ ଧାର ଏମିତିକା ସତେ
ନା ଦେଖି ପାରେ କିଏ ?
ମନର ଭିତରେ ଅହଂଭାବ ଭରି
ଉପରେ ସମ୍ପର୍କ ରଖେ
ସେଇତ ସମ୍ପର୍କ ଭାଙ୍ଗି ଯାଏ ଯେବେ
କାନ୍ଦୁଥାଏ ମନ ଦୁଃଖେ ।
ଭାବିଲା ବେଳକୁ ସବୁ ସରି ଥାଏ
ନା ସାଥେ ରହେ କିଏ
ବିଶ୍ବାସଟି ଯେବେ ବିଷ ହୁଏ କରେ
ଅରଣ୍ୟ ରୋଦନ ସିଏ ।।
