STORYMIRROR

DHARITRI SAHU

Abstract

3  

DHARITRI SAHU

Abstract

ମୋ ଦେଶ

ମୋ ଦେଶ

1 min
189

ମୋ ଦେଶ ସତରେ ବିଚିତ୍ର

ଏଠି ଚନ୍ଦ୍ରରେ ସଫଳ ଅବତରଣ କରିଛି

ଚନ୍ଦ୍ରଯାନ ତିନି,

ଏଠି କ୍ଷୁଧା ବୁଭୁକ୍ଷା ଚିତ୍କାର ଛାଡୁଛି

ଖାଦ୍ୟଂ ଦେହି ଖାଦ୍ୟଂ ଦେହି।

ବର୍ହି ଶତୃ ଛତ୍ରଭଙ୍ଗ ଦିଏ ବୀର ଜବାନଙ୍କର ର ରଣ ହୁଂକାର ରେ,

ଅର୍ନ୍ତ ଶତୃ ନିତି ରକ୍ତ ରଞ୍ଜିତ କରେ

ମାତୃଭୂମି ର ମୁକୁଳା ବକ୍ଷ ଉପରେ।

ଗର୍ବ ଗୌରବର ଗାଥା ସଦା ଗାଏ

ହିମାଳୟ ଠାରୁ କନ୍ୟା କୁମାରୀ,

ଦେଶ ର ଲଳନା ବାସ ତ ହରାଏ

ଆବାସ ବି ହରାଇ ରାଜ ରାସ୍ତାରେ

ଲୋତକ ଝରାଏ 

ତାର ଲଜ୍ୟା ର ସୁରକ୍ଷା ପାଇଁ।

ରାଜନୀତିର ପଶାପାଲିରେ 

ବାଳ ଶ୍ରମିକ ର ଗୋଟି ଚଳାଇ କୈଶୋରତା କୁ ଦିଅନ୍ତି ଜୀବନ୍ତ ସମାଧି।

ନିରିହ ଲୋକଟିଏ ଭୋକିଲା ବାଳକ ଟିକୁ

ଖାଦ୍ୟ ଯୋଗାଇ ଦେବାକୁ ଯାଇ

ଜେଲଖାନାରେ ହୁଏ ବନ୍ଦୀ। 

ମୋ ଦେଶର ଗୁଣ ଗ୍ରାମର ପ୍ରଶଂସା

ଆଜି ଦେଶ ବିଦେଶର ଜନତାଙ୍କୁ

କରୁଛି ଗର୍ବରେ ଆତ୍ମହରା ,

ମୋ ଦେଶର ଜନତା ନିଜ ମୁଖରେ

ଆଭ୍ୟନ୍ତରୀଣ ନିନ୍ଦା କରି 

 ହିଂସା ପ୍ରସାରିତ କରିବାରେ 

 ଆଜି ସିଦ୍ଧ ହସ୍ତ ପରା।

 ସତରେ ବିଚିତ୍ର ସଚିତ୍ର ମୋ ଦେଶ,

 ଏ ମାଟିର ମହକ ,

 ଏ ମାଟିର ପରାକାଷ୍ଠା,

 ଏ ମାଟିର ସାର୍ବଭୌମତା,

 ଏ ମାଟିର ଐକ୍ୟତା,

 ଏ ମାଟିର ଅସ୍ମିତା,

 ଏ ମାଟିର ଆଧ୍ୟାତ୍ମିକତା

 ସବୁଠୁ ଭିନ୍ନ ବିଚିତ୍ର ଓ 

 ସଚିତ୍ରତାର ପ୍ରୟାସ। 

 ସର୍ବଦା ଗାନ କରେ 

 ମୋ ମାତୃଭୂମି ର ବନ୍ଦନା 

ବନ୍ଦେ ମାତରମ୍,

  ମଥା ମୋର ନତ ସଦା

 ତାର ପାଦତଳେ

  ମାତରମ୍ ମାତରମ୍।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract