STORYMIRROR

DHARITRI SAHU

Tragedy

3  

DHARITRI SAHU

Tragedy

ମା ଏମିତି କାହିଁକି?

ମା ଏମିତି କାହିଁକି?

1 min
192


ମାଆ ଟିଏ ଏମିତି କାହିଁକି?

ସେ କାହିଁକି କେବେ କିଛି ମାଗିବା

ଶିଖି ପାରିଲା ନାହିଁ।

ମାଆ ଟିଏ ଏମିତି କାହିଁକି?

ସେ କାହିଁକି କେବେ କାହାକୁ ଦେଖେଇ

କାନ୍ଦି ଶିଖି ପାରିଲା ନାହିଁ।

କହିବା ବି ଶିଖି ପାରିଲାନି,

ଖାଲି ଲୁଚେଇ ଲୁହ ଗଡ଼ାଇ ସେ ଅନେକ କଥା କହୁଥିଲା।

ମାଆ ଟିଏ ଏମିତି କାହିଁକି?

ସେ କାହିଁକି କେବେ ନିଜ କଥା 

ଭାବି ପାରିଲା ନାହିଁ,

ଖାଲି ଅନ୍ୟ ମାନଙ୍କ କଥା ଭାବିଲା ।

ମା ଟିଏ ଏମିତି କାହିଁକି ?

ନିଜେ ପେଟ ପୁରା ଖାଇ ଶିଖି ପାରିଲା ନାହିଁ,

ଅନ୍ୟକୁ ପେଟ ପୁରା ଖୁଆଇ ନିଜ ପେଟ ପୁରାଇବାର କେବଳ ଆନନ୍ଦ ନେଇପାରିଲା।

ମାଆ ଟିଏ ଏମିତି କାହିଁକି?

ସେ କାହିଁକି ନିଜ ର କଷ୍ଟକୁ ତୁଛ କରିଦେଲା,

ଆଉ ଅନ୍ୟର କଷ୍ଟ ସହି ପାରିଲା ନାହିଁ

ତା ଆଖିରୁ ଲୁହ ବୋହି ଚାଲିଲା।

ମାଆ ଟିଏ ଏମିତି କାହିଁକି?

ନିଜେ ଖଣ୍ଡେ ଭଲ ପିନ୍ଧିଲା ନାହିଁ

କିନ୍ତୁ ଅନ୍ୟ ମାନଙ୍କୁ ଭଲ ପିନ୍ଧାଇ 

ଆଖି ପୁରାଇ ଦେଖି , ମୁରୁକି ହସୁଥିଲା।

ମାଆ ଟିଏ ଏମିତି କାହିଁକି?

ନିଜ ଦେହର ଅସୁସ୍ଥତା ଲୁଚାଇ

ଅନ୍ୟର ସାମାନ୍ୟ ଅସୁସ୍ଥ ଶରୀରକୁ ରାତି ସାରା ଅନିଦ୍ରା ରହି ଜଗିରହୁଥିଲା।

ମାଆ ଟିଏ ଏମିତି କାହିଁକି?

ଘରର ବିପଦ ବେଳେ ମଝି ଖୁଣ୍ଟ ଭଳି

ଛିଡ଼ାହୋଇ,

ସମସ୍ତଙ୍କ ମୁହଁରେ ହସ ଫୁଟାଇବାକୁ ଭଲ ପାଉଥିଲା।

ମାଆ ଟିଏ ଏମିତି କାହିଁକି?

ସବୁ ଅକୁଣ୍ଠିତ ଚିତ୍ତରେ ଦାନ କରିବା ବଦଳରେ, ଟିକେ ହସ,ପଦେ କଥା ଆଶା କରୁଥିଲା।

ହେଲେ ଆମେ କାହିଁକି ଏମିତି ?

ତାର ଛୋଟିଆ ଇଛା ଟିକୁ ବି ପୁରଣ କରିବାକୁ ବହୁତ କୁଣ୍ଠାବୋଧ କରିଦେଲୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy