ମାଧବ
ମାଧବ


ମାଧବ ହେ ମାଧବ,
ଦୁଃଖୀଜନ ବାନ୍ଧବ ,
ପ୍ରେମ ପାଶେ ବନ୍ଧା ତୁମେ, ଆହେ ନୀଳ ମାଧବ ...( ଘୋଷା )
ଦୁଃଖୀଜନ ଆର୍ତ୍ତ ଶୁଣି,
ନ ରହିଲେ ଆଉ ପୁଣି ।
ନେଲ ଜନ୍ମ ମର୍ତ୍ତ୍ୟ ଭୂମେ ,
ଆହେ କୃଷ୍ଣ କେଶବ.....( ଘୋଷା)
ମାଧବ ହେ .....
ଭକ୍ତଙ୍କର ଭାବ ଦେଖି,
ତାଙ୍କ ପାଶେ ରୁହ ଲାଖି ।
ଯେଉଁ ଭାବେ ଭଜେ ଯିଏ ,
ସେମିତି ସେ ପାଇବ....( ଘୋଷା )
ମାଧବ ହେ........... l
ଅଦିତି କଶ୍ୟପ ମୁନି ,
ବନପଥେ ଗମି ବେନି ।
ଗୋମାତା ଗାୟତ୍ରୀ ମାତା ଅଭିଶାପ ଫଳିବ ....( ଘୋଷା)
ମାଧବ ହେ.......
ଗୋମାତା ପଥେ ଦେଖିଲେ ,
ପ୍ରଣାମ ତାଙ୍କୁ ନକଲେ ।
ତାଙ୍କ କ୍ରୋଧ ଅଭିଶାପ କିଏ ଅବା କାଟିବ ...( ଘୋଷା)
ମାଧବ ହେ ...
କ୍ରୋଧୁ ମୁକତି ସକାଶେ ,
ଚଳିଲେ ବିଷ୍ଣୁଙ୍କ ପାଶେ ।
ବିଷ୍ଣୁ ଆଜ୍ଞା ଦେଲେ ତାଙ୍କୁ ମୋ ଜନକ ହୋଇବ ....(ଘୋଷା)
ମାଧବ ହେ .....
ସତ୍ୟ ଯୁଗେ ଜନ୍ମ ନେଲ ,
ପର୍ଶୁରାମ ରୂପ ହେଲ ।
ଜମଦଗ୍ନି ରେଣୁକାଙ୍କ ହେଲ କୁଳ ବିଭବ...( ଘୋଷା)
ମାଧବ ହେ ......
ଜନ୍ମ ନେଲ ତ୍ରେତୟାରେ ,
କୌଶଲ୍ୟା ପୁତ୍ର ଭାବରେ ।
ଅଭିଶାପ ଥିଲା ତାଙ୍କୁ ଶତ ଜନ୍ମ ହୋଇବ....( ଘୋଷା )
ମାଧବ ହେ .....
କୃଷ୍ଣ ରୂପେ ଯଶୋଦାଙ୍କୁ
ବାତ୍ସଲ୍ୟେ ବାନ୍ଧିଲ ତାଙ୍କୁ ।
ଗୋବର୍ଦ୍ଧନ ଗିରି ଟେକି ହେଲ ଗୋପ ବୈଭବ....( ଘୋଷା )
ମାଧବ ହେ ....
ସଖା ରୂପେ ସୁଦାମlର ,
ଖୁଦ ଭଜା ଖାଇ ତା'ର ।
ଆନନ୍ଦରେ ଦେଲ ନେଇ ଅଷ୍ଟନିଧି ବିଭବ .... ( ଘୋଷା )
ମାଧବ ହେ......
ପ୍ରିୟ ସଖା ଅର୍ଜୁନଙ୍କୁ ,
ସର୍ବ ଶକ୍ତି ଦେଲ ତାଙ୍କୁ ।
ପିନ୍ଧାଇ ବିଜୟ ଟୀକା ଦେଲ ଗୀତା ଗୌରବ ...( ଘୋଷା)
ମାଧବ ହେ...... l
ଦ୍ରୌପଦୀ ରଖି ବିଶ୍ୱାସ ,
ଲଭିଲେ ସେ କୋଟି ବାସ ।
ତୁମରି କରୁଣାରାଶି ,
ପାଇଲେ ସେ ପାଣ୍ଡବ ...( ଘୋଷା )
ମାଧବ ହେ ....
ତ୍ରେତୟାରେ ହନୁବୀର ,
ଶବରୀ ଆଉ ଧୀବର ।
ଦ୍ଵାପରରେ ପ୍ରିୟ ଭକ୍ତ ,
ବିଦୁର ଓ ଉଦ୍ଧବ ....( ଘୋଷା )
ମାଧବ ହେ ....
ଅନନ୍ତ ବାସୁକୀ ସର୍ପ,
ହୋଇଲେ ଲକ୍ଷ୍ମଣ ରୂପ ।
ସ୍ନେହରେ ବାନ୍ଧିଲ ତାଙ୍କୁ ,
ପାଇଣ ଭ୍ରାତୃଭାବ ...( ଘୋଷା)
ମାଧବ ହେ......
ଦ୍ଵାପରରେ ବଳରାମ ,
କଳିରେ ବଳିଆ ସମ ।
ଯୋଗମାୟାଙ୍କୁ ଭଉଣୀ ,
ରୂପେ କିଏ ପାଇବ ...( ଘୋଷା)
ମାଧବ ହେ....
ଶ୍ରୀରାଧା ଓ ଭକ୍ତ ମୀରା,
ଲଭିଲେ ପ୍ରେମ ପସରା ।
ପିଇ ତବ ସୁଧlମୃତ ,
ମୁକ୍ତି କିଏ ପାଇବ ...( ଘୋଷା )
ମାଧବ ହେ.....
ଜୟ ଓ ବିଜୟ ବେନି
ଲଭିଲେ ରାକ୍ଷସ ଯୋନି ।
ହିରଣ୍ୟ ଓ ହିରଣlକ୍ଷ୍ୟ,
ବଧ କଲ କେଶବ ...( ଘୋଷା )
ମାଧବ ହେ.....
ରାବଣ ଓ କୁମ୍ଭକର୍ଣ୍ଣ,
କ°ସ ଶିଶୁପାଳ ହୀନ ।
ତୁମ ହାତେ ନାଶ ଗଲେ
କରିବାରୁ ଗରବ ....( ଘୋଷା)
ମାଧବ ହେ .....
କୈବର୍ତ୍ତ ରାଜା ଗୁହ୍ୟକ,
ଶରଭଙ୍ଗ ମୁନି ରଖ ।
ଭକ୍ତ ପ୍ରହଲ୍ଲାଦ ପୁଣି ,
କୁବ୍ଜl ମୁକ୍ତି ପାଇବ ....( ଘୋଷା)
ମାଧବ ହେ .....
ସମର୍ପଣ ଭାବ ମୋର ,
ସାଦରେ ଗ୍ରହଣ କର ।
ତୁମ୍ଭେ ନ ରଖିଲେ ପ୍ରଭୁ ,
ଆଉ କିଏ ରଖିବ ....( ଘୋଷା)
ମାଧବ ହେ.....
ନୀଳଜୀମୂତ ଶରୀର ,
ଗଳାରେ କୌସ୍ତୁଭ ହାର ।
ସକଳ ସୃଷ୍ଟିର କର୍ତ୍ତା ,
ଲୀଳାମୟ ମାଧବ .....( ଘୋଷା)
ମାଧବ ହେ ....
ମୋ ମିନତି କର ଘେନା ,
ଆତୁରେ ଡାକେ କଳ୍ପନା ।
ରହିଥାଉ ଲୟ ମୋର ,
ପଦ କମଳେ ତବ ... ( ଘୋଷା )
ମାଧବ ହେ.......