Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Panda

Romance

4  

Kalpana Panda

Romance

ଭିଜାମାଟି

ଭିଜାମାଟି

1 min
374


ଭିଜାମାଟିର ମୁଁ ପରଶକୁ ପାଇ

   ମନରେ ବିଭୋର ହୁଏ,

ଚହଲି ଯାଏ ମୋ ଚଗଲି ମନଟା 

  ତା' କୋଳରେ ମଥା ଥୁଏ l


ନୀଳ ଆକାଶରେ ରୂପାର ଚନ୍ଦ୍ରମା

  ଯେପରି ଚହଟୁ ଥାଏ,

ତା' ବୁକୁ ପରଶେ ହୁଏ ମୁହିଁ ତୋଷ

   ମନେ ମନେ ହସୁଥାଏ l


ଝରି ପଡୁଥିଲା ବରଷାର ଛିଟା

  ଛୁଇଁକି ମୋହର ଦେହ,

ତା' ଦେହରେ ମିଶି ବାସ୍ନାୟିତା ହୋଇ

   ଛୁଟାଇଲl ପ୍ରୀତି ମୋହ l


ଆଖି ପଲକରୁ ହୃଦୟ କଳିକା

   ଭାସିଯାଏ ବହୁ ଦୂରେ,

ଅସ୍ଥିର ମନ ମୋ ଅନୁଭବି ସାଜି

   ବୁଡ଼େ ପ୍ରୀତି ପିଆଲାରେ l


ଉତ୍ତୁରା ଦେହ ମୋ ତା' ପରଶ ପାଇ

  ସାଜେ ଖିଆଲି ଝରଣା,

ମନ ଉପବନେ ଭରିଯାଏ ଖୁସି

  ପୀରତିରେ ବାଟବଣା ।


Rate this content
Log in