STORYMIRROR

Kalpana Panda

Romance

3  

Kalpana Panda

Romance

ଶେଷ ଫଗୁଣ ଚିଠି

ଶେଷ ଫଗୁଣ ଚିଠି

1 min
423

ଶେଷ ଫଗୁଣକୁ ସାଥୀରେ ଯେ ନେଇ

  ଆସିଥିଲା ଚିଠି ଦିନେ,

କଜ୍ଜ୍ୱଳ ଆଖି ମୋ ମନ ମୋହିଦେଲା

  କହୁଥିଲା କିଛି କାନେ l


ମୋ ହୃଦ ସ୍ପନ୍ଦନ ବଢ଼ି ଯାଇଥିଲା

  ପଢ଼ି ସେ ଅକୁହା କଥା,

ବିଳପିତ ମନ ଉତଫୁଲ୍ଲିତ ହେଲା

  ଜାଣି ତା'ର ପ୍ରେମ ଗାଥା l


ଭରି ଯାଉଥିଲା ପ୍ରୀତି ପିଆଲାରେ

  ଦେହେ ଅଦିନିଆ ଜ୍ୱର,

ଚପଳ ମନ ମୋ ସପନରେ ଥିଲା

 ମନ କିଣି ନିଏ ମୋର l


ଫଗୁଣ ଆସିଲେ ମନେ ପଡେ ସାଥୀ

  ଗୋଲାପୀ ବେଳlର ସ୍ମୃତି,

ତୁମ କାନ୍ଧ ପରେ ମଥା ରଖି ଯେବେ

  ଦେଖୁଥିଲି ଜହ୍ନ ରାତି l


ଫଗୁଣ ସାଥିରେ ତମେ ଆସ ସାଥୀ

 ପ୍ରୀତିର ଜୁଆର ନେଇ,

ପ୍ରେମ ସୁହାଗିନୀ ଚାହିଁ ବସିଥାଏ 

 ହାତରେ ମେହେନ୍ଦି ନାଇ l


ପୃଥିବୀ ଆକାଶ ପାତାଳ ସବୁ ଯେ

 ଲାଗେ ମତେ ଏକାକାର,

ପଳାସ ବଣରୁ ଜହ୍ନ ଵି ହସୁଛି

  ଶୁଣି ପ୍ରୀତି ମଖା ସୁର l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance