କାଗଜଡଙ୍ଗା
କାଗଜଡଙ୍ଗା
1 min
536
କାଗଜ ଡଙ୍ଗାରେ ଯାଆ ଭାସିଯାଆ
ଆଗକୁ ଆଗକୁ ଯାଆ,
କାର୍ତ୍ତିକ ଆକାଶେ ଜହ୍ନ ସାଥେ ଭାସେ
ତାରାକୁ ଦେଖି ତୁ ଯାଆ ।
ଶୀତ ନାନୀ ସାଥେ ଭେଟିବୁ ତୁ କେତେ
କୁଆଁ ତାରା ଆଖି ଠାର,
ଗେଣ୍ଡୁ ଫୁଲ ସାଥେ ସୋରିଷ ଫୁଲ ଯେ
ସବୁ ହଳଦୀ ରଙ୍ଗର ।
କଳାକାର ସାଜି ଭେଟିବୁ ଯେ କେତେ
ଚlରୁ ଚିତ୍ର ମୟୀ ରୂପ,
ରଜନୀ ରାଣୀର ଶୀତଳ କିରଣେ
ଲଭିବୁ ଆତ୍ମ ସ୍ବରୂପ ।
ଶୀତଳ ନୀରର କଅଁଳ ଛୁଆଁରେ
ମୁରୁକି ହସୁଛୁ କେତେ ,
ରଙ୍ଗ ମୁରୁଜର ଝୋଟି ଚିତା ପରି
ଦିଗ୍ ବିଦିଗ ହସ ଛୁଟେ l
ତୋହର ଛୁଆଁରେ ସରଣୀରେ ଖେଳେ
ହୀରା ମୁକୁତା ଝଲକ,
ତୋତେ ଦେଖିଦେଲେ ଚିହ୍ନା ଆଖିରେ ମୋ
ପଡୁ ନାହିଁରେ ପଲକ ।
