Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Panda

Romance

4  

Kalpana Panda

Romance

କାଶତଣ୍ଡୀ ଫୁଲ

କାଶତଣ୍ଡୀ ଫୁଲ

1 min
416



ଶରତର ଶୁଭ୍ର ନୀଳିମା ବୁକୁରେ

   କାଶତଣ୍ଡୀ ତମ ହସ ,

ଜଗତ ଜନନୀ ଆସିବେ ଆମର

   କରିବେ ଶତ୍ରୁ ବିନାଶ l


ପ୍ରୀତିର କଙ୍କଣ ସ୍ମୃତିର ସହରେ

   ନୀରବରେ ଅଛି ଶୋଇ,

କାଶତଣ୍ଡୀ ମୂଳେ ଖୋଜୁଛି ଖଦ୍ୟୋତ

   କଙ୍କଣ ମୋ ଗଲା କାହିଁ l


ସେହି ନଈକୂଳେ କାଶତଣ୍ଡୀ ତମେ

   ପ୍ରୀତିର କମ୍ପନ ଦେଇ,

ପ୍ରିୟକୁ ଭିଜାଇ ପ୍ରୀତି ପିଆଲାରେ

   ମୋର ପାଶେ ଆସ ଧାଇଁ l


ତମ ବନାନୀରେ ତାରାଫୁଲ ଫୁଟେ

  ହଜେ ମୋ ପ୍ରିୟର ମନ,

ତା' ଭିଜା ହୃଦୟେ ମୋ ସପନ ଭାସେ

  ବିଭୋର ମୋ ତନୁ ମନ l


ପକ୍ଷୀର କାକଳି କୁଳୁକୁଳୁ ଗାଏ

  ପାଇ ତମ ସବୁଜିମା,

ପ୍ରୀତି କମ୍ପନରେ ଶୀହରିତ ହୁଏ

 ପାଇ ଅଦେଖାର ଚୁମା l



Rate this content
Log in

Similar oriya poem from Romance