ପ୍ରେମ
ପ୍ରେମ
ହେ ଋତୁରାଜ ବସନ୍ତ
ତୁମ ଆଗମନେ
ପ୍ରେମ ର ପ୍ରଥମ ସ୍ପର୍ଶ
ମିଠା ମିଠା ଅନୁଭୂତି
ଛାଡି ଚାଲି ଆସେ
ଅତୀତ ର ଝାଉଁବଣରେ l
ପ୍ରଥମ ଚୁମ୍ବନ ର ଶିହରଣ
ଲଜ୍ଜା ର ଆଭୂଷଣ
ନୀରବ ଓଠ ର ଅକୁହା କଥା
ତୁମ ଆଖି ର ଭାଷା
ଆଙ୍କି ହେଉଥିଲା
ପ୍ରେମ ର ପରିଭାଷା ରେ l
ମଳୟ ର ମୃଦୁ ଗୁଞରିତ ପବନ
ବୋହୁଥିଲା ଧୀରେ ଧୀରେ
ବଉଳ ର ମହମହ ବାସନା ରେ
ପ୍ରେମମୟ ହେଉଥିଲା
ଆମ୍ରକୁଞ l
ହେ ଋତୁ ରାଜ ବସନ୍ତ
କହିଦିଅ ଥରେ
ତୁମ ଭାଷା ନେଇ
ପ୍ରେମମୟ ହେଇଯାଉ
ହଜିଯାଇଥିବା ପ୍ରେମ ର ଫଗୁଣ ରେ l

