STORYMIRROR

Manju Rath

Others

4  

Manju Rath

Others

ଚାଲିଗଲା ଅତୀତ

ଚାଲିଗଲା ଅତୀତ

1 min
171

ନୂଆ ନୂଆ ଲାଗୁଥିବା ବରଷ

ପୂରୁଣା ହେଲା 

ଇତିହାସ ହେଲା ଦିନ ରାତି ର

ଘଟୁଥିବା ଘଟଣା ର ଚିତ୍ରପଟ


ଧରି ପାରିଲା କେତେକାଂଶ ର 

ଆଙ୍କୁଥିବା ଜୀବନ ର ସୁଖ ଦୁଃଖ

ଲୁହ କୁ ପଚାରୁଥିଲା ଦୁଃଖ

ବରଷ ଶେଷେ ଛାଡିଯା

ସୁଖ ର ଆଲୁଅ ଦୀପ


ସୁଖ ସଜାଡୁଥିଲା ସ୍ଥାୟୀ ର ସ୍ୱରୂପ

ସେ ଯେ କ୍ଷଣସ୍ଥାୟୀ

ଅଦୃଶ୍ୟ ଅନ୍ଧାର ରେ ଭେଟ

ରୁହ ଏହି କ୍ଷଣି ହେବ ବରଷ ଶେଷ


ବରଷ ଶେଷେ ପଡିଲାଣି କାକର

ଶୀତ ଶୀତ ଅନୁଭୁତି ର

କମ୍ବଳ ନିଆଁ ଉମ୍ଭେଇ ଖୋଜା 

ଧନୀ ଗରିବଙ୍କ ପୁରୁଣା ବରଷ


ବରଷ ବରଷ ଏମିତି ଚାଲୁଥିବ

ନୁଆନୁଆ କହି ମନ ହେଉଥିବ ଉଲ୍ଲାସ

ଛାଡି ଚାଲି ଆସିଥିବା ପୂରୁଣା ପୃଷ୍ଠା

ଓଲଟାଉ ଓଲଟାଉ ନୂତନ ପୂରୁଣା ବରଷ ଭେଟ



Rate this content
Log in