ମଳୟ
ମଳୟ
1 min
393
ବସନ୍ତ ର ଆଗମନ କୁ
ପାଛୋଟି ଆଣିଲ ହେ ମଳୟ
ଋତୁ କୁ ନିମନ୍ତ୍ରଣ ଦେଲ
ସୁଗନ୍ଧିତ ଆମ୍ବବଉଳେ
ନିଜକୁ ସଜାଇ ନେଲ
ତୁମ ସ୍ପର୍ଶେ କୁଣ୍ଢେମୋଟ ହେଲା
ପ୍ରକୃତି ରାଣୀ
କେଉଁଠି ଥିଲା ସେ ଟିକି ହଳଦୀ ବସନ୍ତ
ତୁମ ସାଥେ ରଚିଲା କାହାଣୀ
ତୁମ ଧୀର ପବନେ ବସନ୍ତ ର ଆଗମନ
ଫଗୁଣ ର ରଙ୍ଗ ଭିଜା ଭିଜା ମେଘ ର
ଆକର୍ଷଣ ରଙ୍ଗ ର ହୋଲି ଅପେକ୍ଷାରତ
ହେ ମଳୟ ବସନ୍ତ ସହିତ ତୁମେଆସୁଛ
ରହିଲା ତୁମ ନିମନ୍ତ୍ରଣ
