ନୟନ
ନୟନ
1 min
393
କିଛି କହୁ ନଥିଲା ଓଠ
ନୟନ ରେ ଆୟତ୍ତ
କରୁଥିଲା ସବୁ ଶବ୍ଦ
ସେ ପଲକ ପଡୁଥିବ
ଅନ୍ଧାର ହେଉଥିବ
ସେ ପଲକ ଉଠୁଥିବ
ସକାଳ ର ସୁନେଲି କିରଣ
ନୟନ ବାଟ ରେ
ବାଟବଣା ହେଉଥିବ
ତୁମ ନୟନ ବାନ୍ଧୁଥିବ
କେତେ ଆଜଣା ସମ୍ପର୍କ
ସହଜେ ଆତ୍ମୟୀତା ର
ପରିଚୟ ଦେଉଥିବ
ସତେ ତ ନୟନ ଖୋଜୁଥିବ
ଚୋରା ଚାହଣୀ
ଲୁଚୁଥିବ ହୃଦୟ ର ଅକୁହା କଥା
ନୟନ ରେ ଆସୁଥିବ
ମୋ କାହାଣୀ ତୁମ କାହାଣୀ
ବନ୍ଧନ ରେ ବାନ୍ଧି ହେଉଥିବ
