STORYMIRROR

Chittaranjan Nanda

Romance Inspirational

3  

Chittaranjan Nanda

Romance Inspirational

ପ୍ରେମ ଅଟେ କେମିତି ବନ୍ଧନ?

ପ୍ରେମ ଅଟେ କେମିତି ବନ୍ଧନ?

1 min
121

କିଏ କହିଥାଏ ପ୍ରେମର ଫଲ୍ଗୁ ତ ଏକ ଲକ୍ଷ୍ୟଚ୍ୟୁତ 

ପ୍ରେମିକ ଅଟେ ପାଗଳ ଭ୍ରମର

କିଏ କହିଥାଏ ପ୍ରେମର ହୃଦୟ ଅଟେ କ୍ଷୀଣସ୍ରୋତା

ଧୂମକେତୁ ଉଆଁସ ତିଥିର ଅନ୍ଧାର ।୧। 


ପ୍ରେମିକ ଓ ପ୍ରେମିକା ରହିଥିଲେ ବି ନୀରବ ସେଇ

ନୀରବତା କିନ୍ତୁ ସବୁ ଦେଖାଇ ଦିଏ  

ଓଠରୁ ନବାହାରୁ କିଛି କଥା ଆଖିର ନୀଳ ପରଦାରୁ 

ସବୁ କିଛି ତ ପଢି ହୁଏ |୨|


ଭାବନାରେ ବୁଡିଲେ ନୟନ ସମ୍ମୁଖେ ଜଣଙ୍କ ଛବି 

ଅନ୍ୟର ଆଖିରେ ନାଚି ତ ଯାଏ 

ବିନା ନିନାଦରେ ଅଦେଖା ଫଲ୍ଗୁଟେ ପରା ଛାତିର 

ଭିତରେ ନିଶ୍ଚିତ ଉଦୟ ହୁଏ |୩|


ଜୀବନର ଏହି ଖାଲ ଢ଼ିପ ପଥେ ବିରହରେ ପ୍ରେମରୁ 

ମନରୁ ବେଦନା ଢଳେ 

ତଥାପି କାହିଁକି ଏଇ ମନ ଅଗଣାରେ ପ୍ରେମର ମଧୁ

ବାସ୍ନା ପାଇବାକୁ ମଣିଷ ଭାସି ଚାଲେ |୪|


ଭଲ ପାଇବାରେ ଉଦୟ ହେଉ କି ଅସ୍ତରାଗରେ  

ଦକ୍ଷିଣା ପବନ ବହେ 

ମରିବା ଜୀଇଁବା ପାପ ପୂଣ୍ୟର ବିଚାର କରେନା  

ଯିଏ ହୃଦୟରୁ ଭଲପାଏ |୫|


ପ୍ରେମ ଅଟେ ଗୋଟେ ହୃଦୟର ଭାବନା ତାକୁ କଅଣ 

କିଏ ଦେଖି ଅବା ଛୁଇଁ ପାରେ 

କସ୍ତୁରୀ ମୃଗ ସେ ସମୟର ସୁଅରେ ଦୃଢ ହୁଏ ବିଭିନ୍ନ 

ବ୍ୟବହାରର ମହକରେ |୬|


ସମସ୍ତ ବ୍ୟକ୍ତି ପାଇଁ ପ୍ରେମ ସତ୍ୟ ଅନନ୍ତ ଅନୁଭବ ଅଛି

କେଉଁ ଅନାଦି କାଳରୁ 

ଲୁହରେ ସିକ୍ତ ହୋଇ ଝୁରିବା ପଣରେ ପ୍ରେମ ଲୁଚିଥାଏ 

ଅନୁଭୂତ ହୁଏ ଖାଲି ହୃଦୟରୁ |୭|


ଚାରା ହୋଇ ପୁଣି ଦ୍ରୁମ ପାଲଟି ଥାଏ ପ୍ରେମରେ ତ  

ଆନନ୍ଦର ସବୁଜିମା ଭରିଯାଏ

ଏହା ତ ଭାବନାର ପକ୍ଷୀଟେ କାହୁଁ ଉଡି ଆସି ବସା ବାନ୍ଧି 

ହୃଦୟ ଭିତରେ ରହି ଯାଏ |୮|


ପ୍ରେମର ଭାବରେ ମନ ସରସୀରେ ଦେହ ଶବ ପରି 

ବନିଯାଏ ମନ ମୁକ୍ତ ବିହଙ୍ଗୀ ସାଜେ 

ପ୍ରତିଟି ଶବ୍ଦରେ ନଭର ନୀଳିମା ଝରେ ମୁକ୍ତ ବିହଙ୍ଗୀ

ପରି ଡେଣା ଖୋଲିଦେଇ ତ ହଜେ |୯|



Rate this content
Log in

Similar oriya poem from Romance